Only for Entertainment

‘ସଞ୍ଜୁ’ ପରେ ଏହି ସୁପରଷ୍ଟାର ଙ୍କ ସହ କାମ କରିବେ କରିସ୍ମା !

amarujala
0 32

ଟିଭିର ସବୁଠାରୁ ପପୁଲାର ସୋ କୟାମତ କି ରାତ’ରେ ଗୋୖରୀ ଭୂମିକାରେ ନଜର ଆସିଥିବା ପ୍ରସିଦ୍ଧ ଅଭିନେତ୍ରୀ କରିସ୍ମା ତନ୍ନା ଏବେ କିଛି ଦିନ ହେବ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । କେଵଳ ସେତିକି ନୁହେଁ ‘ସଞ୍ଜୁ’ ଫିଲ୍ମରେ ଅଭିନୟ କଲା ପରେ ତାଙ୍କର ଭାଗ୍ୟ ଆହୁରି ଖୋଲି ଯାଇଛି ଏବଂ ତାଙ୍କୁ ବଡ ବଡ ଅଫର ମଧ୍ୟ ମିଳିବାରେ ଲାଗିଛି। ଆଜ୍ଞା ହଁ ବିଶେଷ ସୂତ୍ରରୁ ପ୍ରକାଶ ଯେ ଖୁବ ଶୀଘ୍ର ସେ ଆଉ ଏକ ସୁପରଷ୍ଟାର ଙ୍କ ସହ ନଜର ଆସିବେ ।

ଖବର ମୁତାବକ ସେ ସୁପରଷ୍ଟାର ଜଣକ ଆଉ କେହି ନୁହନ୍ତି ,ସେ ହେଉଛନ୍ତି ଅଲଉଦ୍ଦିନ ଖିଲଜୀ ଓରଫ ରଣବିର ସିଂ

ସୂତ୍ରରୁ ପ୍ରକାଶ ଯେ କରିସ୍ମା ରଣବିରଙ୍କ ସହ ଏକ ବିଜ୍ଞାପନରେ ନଜର ଆସିବେ । ଦୁହେଁ ‘ଚିଂଗ୍ସ ଚାଇନିଜ’ର ନୂଆ ବିଜ୍ଞାପନରେ ନଜର ଆସିବେ । ଏଠାରେ କହି ରଖୁଛୁ ଏହି ସମ୍ପର୍କରେ ସୋସିଆଲ ମିଡିଆରେ କରିସ୍ମା ସେୟାର କରିଥିଲେ ମାତ୍ର ପରେ ଏହାକୁ କରିଦେଇଥିଲେ। ଯଦି ସତରେ ସେ ସୁପରଷ୍ଟାର ରଣବିରଙ୍କ ସହ ନଜର ଆସୁଛନ୍ତି ଏହା ଫ୍ୟାନ୍ସ ମାନଙ୍କ ପାଇଁ ଖୁସି ଖବର ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More