Only for Entertainment

ଜେସିବିରେ ବିଦା ହେଲେ କନ୍ୟା, ଲୋକେ ଦେଖି ହେଲେ ଆଶ୍ଚର୍ଯ୍ୟ

ndtv
0 65

କର୍ଣ୍ଣାଟକ ପୁତୁରଠାରେ ଏକ ନିଆରା ବାହାଘର ଦେଖିବାକୁ ମିଳିଛି । ଜେସିବି ମେସିନ ଚଲାଉଥିବା ବର ବିବାହ ପରେ ନିଜ କନ୍ୟାଙ୍କୁ ଡୋଲି, ଘୋଡା ଗାଡି କିମ୍ବା କାର ବଦଳରେ ଜେସିବିରେ ବସାଇ ଘରକୁ ଆଣିଥିଲେ ।

ପୁତୁରର ସନ୍ତୟାର ଗ୍ରାମର ଚେତନ ନାମକ ଏହି ଯୁବକ ଜଣେ ଜେସିବି ଡ୍ରାଇଭର ଅଟନ୍ତି । ନିକଟରେ ତାଙ୍କ ବାହାଘର ପାଖ ଗ୍ରାମ ପରପୁଞ୍ଜାରେ ରହୁଥିବା ମମତାଙ୍କ ସହିତ ହୋଇଥିଲା । ବିବାହ ପୂର୍ବରୁ ଚେତନ ନିଷ୍ପତ୍ତି ନେଇଥିଲେ ଯେ ସେ ଜେସିବିରେ ବରଯାତ୍ରୀ ନେଇଯିବେ । ବିବାହ ମଣ୍ଡପକୁ ଯିବା ସମୟରେ ସେ ନିଡେ ଜେସିବିରେ ବସି ଯାଇଥିଲେ । ।ଉ ବିବାହ ପରେ ମମତାଙ୍କୁ ମଧ୍ୟ ଜେସିବିରେ ଆଣିଥିଲେ ।

ପ୍ରଥମେ ଚେତନ ଜେସିବି ଚଲାଇ ମମତାଙ୍କୁ ଡାଲାରେ ବସାଇ ଆଣିଥିଲେ । ପରେ ତାଙ୍କର ଜଣେ ବନ୍ଧୁ ଜେସିବି ଚଲାଇବାକୁ ଉଭୟ ବର-କନ୍ୟା ଡାଲାରେ ବସି ଘରକୁ ଫେରିଥିଲେ । ଏହି ବାହାଘର ଦେଖିବା ପାଇଁ ଲୋକଙ୍କ ବଡ ଭିଡ ଜମିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More