କର୍ପୂର ଜାଳିଲେ କାହିଁକି ଶୁଭଫଳ ମିଳିଥାଏ ।
କର୍ପୂର ଜଳାଇ ଆଳତି କରିବା ଦ୍ୱାରା ଘରେ ସୁଖଶାନ୍ତିର ବାତାବରଣ ବଜାୟ ରହିଥାଏ।
ଏହା ଘରକୁ ନକାରାତ୍ମକ ଶକ୍ତିରୁ ଦୂରରେ ରଖିବା ସହ ଆପଣଙ୍କ ଆଳସ୍ୟପଣ ଦୂର କରିଥାଏ।
ସବୁଦିନେ ସକାଳେ ଏବଂ ସନ୍ଧ୍ୟାରେ କର୍ପୂରରେ ଆଳତି କରିବା ଦ୍ୱାରା ଘରର ସମସ୍ତ ସଦସ୍ୟଙ୍କ ମନ ନିର୍ମଳ ରହିଥାଏ।
କର୍ପୂରରୁ ବାହାରୁଥିବା ବାସ୍ନା ମନକୁ ଶାନ୍ତ ରଖେ।
କର୍ପୂରରେ ଆଳତି କରିବା ଦ୍ୱାରା ବ୍ୟକ୍ତି ଖରାପ ବାଟରେ ନ ଯାଇ ଧାର୍ମିକ ପଥରେ ଚାଲିବାକୁ ପ୍ରୋତ୍ସାହନ ପାଇଥାଏ।
ଯଦି ଆପଣ କୌଣସି ରୋଗରେ ଆକ୍ରାନ୍ତ ଅଛନ୍ତି ତା’ହେଲେ କେଇ ବୁନ୍ଦା କର୍ପୂର ତେଲ ପାଣିରେ ପକାଇ ସ୍ନାନ କରନ୍ତୁ। ଏହା ଆପଣଙ୍କ ଶରୀରର ରୋଗ ଭଲ କରିବାରେ ସହାୟକ ହୋଇଥାଏ।