Only for Entertainment

‘ଲୁକା ଛୁପି’ର ନୂଆ ଗୀତ ‘ତୁ ଲଙ୍ଗ ମେଁ ଇଲାଇଚି’ ରିଲିଜ, ଦେଖନ୍ତୁ ଭିଡିଓ

Bollywood
64

କୃତି ସେନନ ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ଲୁକା ଛୁପି’ ଏବେ ବେଶ ଚର୍ଚ୍ଚାରେ ରହିଛି । ଆଗାମୀ ମାସରେ ଏହି ରୋମାଣ୍ଟିକ କମେଡି ଫିଲ୍ମ ରିଲିଜ ହେବାକୁ ଥିବା ବେଳେ ଫିଲ୍ମର ଟ୍ରେଲର ଏବଂ ଗୀତକୁ ଲୋକେ ଖୁବ ପସନ୍ଦ କରିଛନ୍ତି । କିଛି ସମୟ ପୂର୍ବରୁ ଫିଲ୍ମର ଆଉ ଏକ ନୂଆ ଗୀତ ‘ତୁ ଲଙ୍ଗ ମେଁ ଇଲାଇଚି’କୁ ରିଲିଜ କରାଯାଇଛି ।

‘ପୋଷ୍ଟର’, ‘କୋକା କୋଲା’ ଏବଂ ‘ଫଟୋ’ ପରେ ମେକର୍ସ ଆଜି ନୂଆ ସଙ୍ଗ ‘ତୁ ଲଙ୍ଗ ମେଁ ଇଲାଇଚି’କୁ ରିଲିଜ କରିଛନ୍ତି । ଗୀତରେ କୃତି ଏବଂ କାର୍ତ୍ତିକଙ୍କ ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳିଛି । ପୂର୍ବ ଗୀତ ଗୁଡିକ ପରି ଏହି ଗୀତକୁ ମଧ୍ୟ ଫିଲ୍ମରେ ରିକ୍ରିଏଟ କରାଯାଇଛି । ଗୀତକୁ ତନିଷ୍କ ବାଗଚୀ ରିକମ୍ପୋଜ କରିଛନ୍ତି । ଏବଂ ଗୀତରେ୍ ଭଏସ ଦେଇଛନ୍ତି ତୁଲସୀ କୁମାର । କୁନାଲ ବର୍ମା ଏହି ନୂଆ ଟ୍ରାକର ଲିରିକ୍ସ ଲେଖିଛନ୍ତି ।

ଗୀତର ଅରିଜିନାଲ ଟ୍ରାକକୁ ଗୁରମିତ ସିଂ କମ୍ପୋଜ କରିଥିଲେ ଏବଂ ଏହାକୁ ଲେଖିଥିଲେ ହରମନଜିତ । ଫିଲ୍ମ ଲୁକାଛିପି ବିଷୟରେ କହିବାକୁ ଗଲେ ଲକ୍ଷ୍ମଣ ଉତେକରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ କୃତି ଏବଂ କାର୍ତ୍ତିକଙ୍କ ବ୍ୟତିତ ପଙ୍କଜ ତ୍ରୀପାଠୀ, ଅପାରଶକ୍ତି ଖୁରାନା ଏବଂ ବିନୟ ପାଠକଙ୍କ ପରି କଳାକାର ନଜର ଆସିବେ । ଫିଲ୍ମ ମାର୍ଚ୍ଚ ୧ରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More