Only for Entertainment

କାର୍ତ୍ତିକଙ୍କ ବାହୁରେ ଶୋଇଥିବାର ନଜର ଆସିଲେ ସାରା, ଫଟୋ ସେୟାର କରି କଲେ ନୂଆ ଫିଲ୍ମର ଘୋଷଣା

kartik aryan insta pic
52

ଏବେ କାର୍ତ୍ତିକ ଆର‌୍ୟନ ଏବଂ ସାରା ଅଲ୍ଲୀ ଖାନଙ୍କୁ ନେଇ ସବୁଆଡେ ଚର୍ଚ୍ଚା । ଦୁହେଁ ଖୁବ ଶୀଘ୍ର ଏକ ନୂଆ ଫିଲ୍ମରେ ରୋମାନ୍ସ କରୁଥିବାର ନଜର ଆସିବେ । କାର୍ତ୍ତିକ ଏବଂ ସାରା ଏବେ ଏହି ଫିଲ୍ମର ସୁଟିଂ ଜୋର ସୋରରେ ଦିଲ୍ଲୀରେ କରୁଛନ୍ତି । ଶୁଣିବାକୁ ମିଳୁଛି ଯେ, ଏହି ଫିଲ୍ମ ସୈଫ ଅଲ୍ଲୀ ଖାନ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ ଲଭ ଆଜ କାଲର ସିକ୍ୱଲ । କିନ୍ତୁ ନିର୍ମାତା ଏହାକୁ ନେଇ ମୁହଁ ଖୋଲି ନାହାଁନ୍ତି ।

ନିକଟରେ ଫିଲ୍ମର ସୁଟିଂ ସେଟରୁ ଏକ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଥିଲା ଏହା ପରେ କାର୍ତ୍ତିକ ନିଜ ନୂଆ ସୋସିଆଲ ମିଡିଆ ମାଧ୍ୟମରେ ଏହି ଫିଲ୍ମର ଘୋଷଣା କରିଛନ୍ତି । କାର୍ତ୍ତିକ ଫିଲ୍ମର ଘୋଷଣା କରିବା ସହିତ ସାରାଙ୍କ ସହିତ ଏକ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ସାରା, କାର୍ତ୍ତିକଙ୍କ ବାହୁରେ ଶୋଇଥିବାର ନଜର ଆସିଛନ୍ତି ।

ଏହି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି କାର୍ତ୍ତିକ ଲେଖିଥିଲେ, ଇମତିଆଜ ଅଲ୍ଲୀଙ୍କ ସହିତ କାମ କରିବା ପାଇଁ ଖୁବ ଉତ୍ସାହିତ ଅଛି । ଏହା ସହିତ କାର୍ତ୍ତିକ ସୂଚନା ଦେଇଛନ୍ତି ଯେ , ଫିଲ୍ମରେ ତାଙ୍କ ସହିତ ସାରା ଅଲ୍ଲୀ ଖାନ ନଜର ଆସିବେ । କାର୍ତ୍ତିକ ସାରାଙ୍କ ବ୍ୟତିତ ଫିଲ୍ମରେ ରଣଦୀପ ହୁଡା ମଧ୍ୟ ନଜର ଆସିବେ । ଫିଲ୍ମ ୨୦୨୦ ଭାଲେଣ୍ଟାଇନ ଡେରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More