Only for Entertainment

ସାମ୍ନାକୁ ଆସିଲା ଫିଲ୍ମ ‘ପତି ପତ୍ନୀ ଔର ୱେ’ର ପ୍ରଥମ ଲୁକ ପୋଷ୍ଟର, ଜବରଦସ୍ତ ଅନ୍ଦାଜରେ ନଜର ଆସିଲେ କାର୍ତ୍ତିକ, ଭୂମି ଓ ଅନନ୍ୟା

latestly
35

ଫିଲ୍ମ ‘ପତି ପତ୍ନୀ ଔର ୱେ’ରେ କାର୍ତ୍ତିକ ଆର୍ୟନ, ଭୂମି ପେଡନେକର ଓ ଅନନ୍ୟା ପାଣ୍ଡେଙ୍କ ପ୍ରଥମ ଲୁକ ସାମ୍ନାକୁ ଆସିଛି । ଫିଲ୍ମକୁ ନେଇ ଖୁବ ଚର୍ଚ୍ଚା ହେଉଥିବା ବେଳେ ମେ କର୍ସ ଏବେ ଫିଲ୍ମର ପ୍ରଥମ ଲୁକ୍ ପୋଷ୍ଟରକୁ ରିଲିଜ କରିଛନ୍ତି । ସାମ୍ନାକୁ ଆସିଥିବା ଏହି ପୋଷ୍ଟର ଗୁଡିକରେ ତିନି କଳାକାର ଜବରଦସ୍ତ ଅନ୍ଦାଜରେ ନଜର ଆସିଛନ୍ତି ।

ଫିଲ୍ମରେ କାର୍ତ୍ତିକ କାନପୁରର ଆଦର୍ଶ ପତି ଚିଣ୍ଟୁ ତାଗୀ ଭୂମିକାରେ ନଜର ଆସିବେ । ପୋଷ୍ଟରରେ କାର୍ତ୍ତିକଙ୍କ ଲୁକ୍ ଖୁବ ସିମ୍ପଲ ରହିଛି କିନ୍ତୁ ଅନ୍ଦାଜ ଖୁବ ନଟଖଟ ।

ସେହିପରି ଦ୍ୱିତୀୟ ପୋଷ୍ଟରରେ ଭୂମିୀଙ୍କୁ ଦେଖିବାକୁ ମିଳିଛି । ହ୍ୱାଇଟ ଏବଂ ଗ୍ରୀନ ସାଢୀରେ ଭୂମି ଖୁବ ସୁନ୍ଦର ଦେଖାଯାଉଛନ୍ତି । ଫିଲ୍ମରେ ଭୂମି, କାର୍ତ୍ତିକ ଆର୍ୟନଙ୍କ ପତ୍ନୀ ଭୂମିକାରେ ନଜର ଆସିବେ ।

ଫିଲ୍ମର ତୃତୀୟ ପୋଷ୍ଟରରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଜଲୱା ଦେଖିବାକୁ ମିଳିଛି । ମର୍ଡନ ଲୁୂକ୍ ରେ ଅନନ୍ୟାଙ୍କ ଜବରଦସ୍ତ ଅନ୍ଦାଜ ଦେଖିଲେ ଆପଣ ମଧ୍ୟ ପ୍ରଶଂସା କରିବେ ।

କହିରଖୁଛୁ ଯେ, ୧୯୭୮ରେ ଆସିଥିବା ଫିଲ୍ମ ‘ପତି ପତ୍ନୀ ଔର େଓ’ର ଏହା ରିମେକ । ଓରିଜିନାଲ ଫିଲ୍ମରେ ସଂଜୀବ କୁମାର, ବିଦ୍ୟା ସିଂହା ଏବଂ ରଂଜୀତା କୌର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମ ଏକ୍ସଟ୍ରା ମାରିଟାଲ ଅଫେୟାର ଉପରେ ଆଧାରିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More