Only for Entertainment

କାର୍ତ୍ତିକ ଆର୍ୟନ ପରିବାର ସହିତ ପାଳିଲେ ଜନ୍ମଦିନ, ନଜର ଆସିଲେନି ସାରା ଅଲ୍ଲୀ ଖାନ

IWMBuzz
29

ପତି ପତ୍ନୀ ଔର ୱ ଅଭିନେତା କାର୍ତ୍ତିକ ଆର୍ୟନ ଆଜି ନିଜର ଜନ୍ମଦିନ ପାଳନ କରୁଛନ୍ତି । ସୋସିଆଲ ମିଡିଆରେ କାତ୍ତିକ ଆର୍ୟନ ନିଜ ଜନ୍ମଦିନର କିଛି ଫଟୋ ସେୟାର କରିଛନ୍ତି ଯାହା ଖୁବ ଭାଇରାଲ ହେବାରେ ଲାଗିଛି । କାର୍ତ୍ତିକ ଆର୍ୟନ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ପରିବାର ସହିତ ଜନ୍ମଦିନ ସେଲିବ୍ରେଟ କରୁଥିବା ଫଟୋ ସେୟାର କରିଛନ୍ତି ।

ଫଟୋରେ କାର୍ତ୍ତିକ ପରିବାର ସହିତ କେକ୍ କାଟୁଥିବାର ନଜର ଆସିଛନ୍ତି । ରିପୋର୍ଟ ଅନୁସାରେ କାର୍ତ୍ତିକ ଆର୍ୟନ କାମ ମଧ୍ୟରେ ନିଜ ଜନ୍ମଦିନକୁ ସେଲିବ୍ରେଟ କରିବା ପାଇଁ ପ୍ଲାନ କରୁଛନ୍ତି । ସେ ଏବେ ନିଜର ଆଗାମୀ ଫିଲ୍ମ ‘ପତି ପତ୍ନୀ ଔର ୱ’ର ସୁଟିଂ ଏବଂ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଆଶା କରାଯାଉଥିଲା ଯେ, ସାରା ଅଲ୍ଲୀ ଖାନ ମଧ୍ୟ କାର୍ତ୍ତିକଙ୍କ ଜନ୍ମଦିନରେ ସାମିଲ ହେବେ କିନ୍ତୁ ନ୍ୟୁୟର୍କ ଭ୍ୟାକେସନରେ ବ୍ୟସ୍ତ ଥିବା ସାରାଙ୍କୁ କଥିତ ବୟଫ୍ରେଣ୍ଡ କାର୍ତ୍ତିକଙ୍କ ଜନ୍ମଦିନରେ ଯୋଗ ଦେଇ ନାହାଁନ୍ତି ।

 

କାର୍ତ୍ତିକଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ‘ପତି ପତ୍ନୀ ଔର ୱ’ ଫିଲ୍ମରେ ନଜର ଆସିବେ । ଫିଲ୍ମରେ ଅନନ୍ୟା ପାଣ୍ଡେ ଏବଂ ଭୂମି ପେଡନେକର ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମକୁ ମୁଦସର ଅଜୀଜ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମର ଟ୍ରେଲର ନିକଟରେ ରିଲିଜ ହୋଇସାରିଛି । ଫିଲ୍ମ ୬ ଡିସେମ୍ବରରେ ରିଲିଜ ହେବ । ଏହି ଫିଲ୍ମ ବ୍ୟତିତ କାର୍ତ୍ତିକ ଆର୍ୟନ ଦୋସ୍ତାନା ୨ରେ ମଧ୍ୟ ନଜର ଆସିବେ । ଏହା ସହିତ କାତ୍ତ ର୍ିକ ସାରା ଅଲ୍ଲୀ ଖାନଙ୍କ ସହିତ ଲଭ ଆଜ କଲ ୨ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More