Only for Entertainment

ଅନନ୍ୟା-କୃତିଙ୍କ ପରେ ଏହି ଅଭିନେତ୍ରୀଙ୍କ ସହିତ ରୋମାନ୍ସ କରିବେ କାର୍ତ୍ତିକ ଆର୍ଯ୍ୟନ

Bollywood tadka
38

ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ପାଇଁ ୨୦୧୯ର ଆରମ୍ଭ ଖୁବ ଧମକାଦାର ରହିଛି । କାର୍ତ୍ତିକଙ୍କ ହାତରେ ଗୋଟିଏ ପରେ ଗୋଟିଏ ବଡ ପ୍ରୋଜେକ୍ଟ ଆସିବାରେ ଲାଗିଛି । କାର୍ତ୍ତିକ ଖୁବ ଶୀଘ୍ର ଫିଲ୍ମ ‘ଲୁକାଛିପି’ ଏବଂ ‘ପତି ପତ୍ନୀ ଔର ୱୋ’ରେ ନଜର ଆସିବେ । ଇତି ମଧ୍ୟରେ କାର୍ତ୍ତିକଙ୍କ ହାତକୁ ଆଉ ଗୋଟିଏ ବଡ ଫିଲ୍ମ ଆସିଛି ବୋଲି ଶୁଣିବାକୁ ମିଳିଛି ।
ଖବର ଅନୁସାରେ କାର୍ତ୍ତିକ ନିର୍ଦ୍ଦେଶକ ଅନୀସ ବଜ୍ମୀଙ୍କ ଫିଲ୍ମରେ ନଜର ଆସିପାରନ୍ତି । ଅନୀସ ଏବେ ନିଜର ଆଗାମୀ ଫିଲ୍ମ ‘ପାଗଲପନ୍ତି’ରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମର ସୁଟିଂ ଶେଷ କରିବା ପରେ ସେ ତୁରନ୍ତ ନିଜର ନୂଆ ପ୍ରୋଜେକ୍ଟ ଆରମ୍ଭ କରିବେ ।

Disha-Patani-Kartik-Aaryan-Anees-Bazmee-featured

ଏହି ଫିଲ୍ମର କାହାଣୀ ଏକ କଲେଜ ଲଭ ଷ୍ଟୋରୀ ଉପରେ ଆଧାରିତ ହେବ । ଏହା ସହିତ ଫିଲ୍ମରେ ଡେର ସାରା ରୋମାନ୍ସ ଦେଖିବାକୁ ମିଳିବ । ସବୁଠାରୁ ବଡ କଥା ହେଉଛି ଏହି ଫିଲ୍ମରେ କାର୍ତ୍ତିକଙ୍କ ଅପୋଜିଟରେ ଦିଶା ପଟାନୀ ନଜର ଆସିପାରନ୍ତି । ଏହା ବିଷୟରେ ସୂଚନା ଦେଇ କାର୍ତ୍ତିକ କହିଛନ୍ତି ଯେ, ସେ ଏହି ଫିଲ୍ମ କରିବା ପାଇଁ ପ୍ରସ୍ତୁତ ଅଛନ୍ତି କିନ୍ତୁ ଏବେ ପେପରୱାର୍କ ବାକି ଅଛି । ପେପରୱାର୍କ ପୂରା ହେବା ପରେ ଫିଲ୍ମ ବିଷୟରେ ଅଫିସିଆଲ ଘୋଷଣା କରାଯିବ ।

ଦିଶାଙ୍କ ବିଷୟରେ କହିବାକୁ ଗଲେ ସେ ଏବେ ସଲମାନ ଖାନଙ୍କ ଫିଲ୍ମ ଭାରତର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମ ବ୍ୟତିତ ଦିଶା ଟାଇଗରଙ୍କ ସହିତ ନିଜ ଅଫେୟାରକୁ ନେଇ ଚର୍ଚ୍ଚାରେ ରହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More