Only for Entertainment

ଅନନ୍ୟା ପାଣ୍ଡେଙ୍କ ସହିତ ସ୍ପଟ ହେଲେ କାର୍ତ୍ତିକ ଆର୍ଯ୍ୟନ, କ୍ୟାମେରା ଦେଖି ଲୁଚାଇଲେ ଚେହେରା !

aaj tak
35

ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବେ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚାରେ ନାହାଁନ୍ତି ସେତିକି ନିଜ ଲିଙ୍କଅପକୁ ନେଇ ଅଛନ୍ତି । ଶନିବାର ରାତିରେ ସୋନୁ କେ ଟିଟୁ କି ସ୍ୱିଟି ଫେମ ଅଭିନେତା କାର୍ତ୍ତିକଙ୍କୁ ବଲିଉଡରେ ଡବ୍ୟୁ କରିବାକୁ ଯାଉଥିବା ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସହିତ ସ୍ପଟ କରାଯାଇଥିଲା । କିନ୍ତୁ ରିପୋର୍ଟର କ୍ୟାମେରାରେ ଦୁହିଁଙ୍କୁ କ୍ୟାପଚର କରିବାକୁ ଚାହିଁବାରୁ କାର୍ତ୍ତିକ ନିଜ ଚେହେରା ଲୁଚାଉଥିବାର ନଜର ଆସିଥିଲେ । ଗାଡିର ଫ୍ରଣ୍ଟ ସିଟରେ ବସିଥିବା କାର୍ତ୍ତିକ ହ୍ୟାଟରେ ନିଜ ଚେହେରାକୁ ଲୁଚାଇବାକୁ ଚେଷ୍ଟା କରିଥିଲେ । ଅନ୍ୟପକ୍ଷରେ ଗାଡିର ବ୍ୟାକ ସିଟରେ ବସିଥିବା ଅନନ୍ୟା ପାଣ୍ଡେ ହସୁଥିବାର ଦେଖିବାକୁ ମିଳିଥିଲେ ।

ରିପୋର୍ଟ ଅନୁସାରେ କାର୍ତ୍ତିକ ଏବଂ ଅନନ୍ୟା ଖୁବ ଶୀଘ୍ର ଫିଲ୍ମ ‘ପତି ପତ୍ନୀ ଔର ୱୋ’ରେ ସ୍କ୍ରିନ ସେୟାର କରୁଥିବାର ନଜର ଆସିବେ । ଫିଲ୍ମରେ ଏହି ଦୁଇ ଷ୍ଟାରଙ୍କ ବ୍ୟତିତ ଭୂମି ପେଡନେକଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଫିଲ୍ମରେ ଭୂମି କାର୍ତ୍ତିକଙ୍କ ପତ୍ନୀ ଭୂମିକାରେ ନଜର ଆସିବେ ।

ସୋନୁ କେ ଟିଟୁ କି ସ୍ୱିଟିର ସଫଳତା ପରେ କାର୍ତ୍ତିକଙ୍କ ଡିମାଣ୍ଡ ଏବେ ଭଲ ରହିଛି । ଖୁବ ଶୀଘ୍ର ସେ ଫିଲ୍ମ ଲୁକାଛୁପିରେ ମଧ୍ୟ ନଜର ଆସିବେ । ଫିଲ୍ମରେ ତାଙ୍କ ଅପୋଜିଟରେ କୃତି ସେନନଙ୍କୁ ଦେଖିବାକୁ ମିଳିବ । ସେହିପରି ଅନନ୍ୟା କରଣ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦି ଇୟର-୨’ରେ ନିଜର ବଲିଉଡ ଡେବ୍ୟୁ କରିବେ । ଫିଲ୍ମରେ ତାଙ୍କୁ ଟାଇଗର ଶ୍ରଫଙ୍କ ଅପୋଜିଟରେ ଦେଖବେ ଦର୍ଶକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More