Only for Entertainment

ଏହି ଫେମସ ଅଭିନେତାଙ୍କୁ ଦେଖି ଈର୍ଷା କରନ୍ତି କାର୍ତ୍ତିକ ଆର‌୍ୟନ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ !

43

ବଲିଉଡ ଅଭିନେତା କାର୍ତ୍ତିକ ଆର‌୍ୟନ ସବୁବେଳେ କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି । କିନ୍ତୁ ଏଥର କିଛି ଏଭଳି ବୟାନ ଦେଇ ସେ ଚର୍ଚ୍ଚାକୁ ଆସିଛନ୍ତି । ନିକ୍ଟରେ କାର୍ତ୍ତିକ ମିଡିଆରେ କଥା ହେଉଥିବା ବେଳେ ଏହି କଥାର ଖୁଲାସା କରିଛନ୍ତି ଯେ ସେ ଇଣ୍ଡଷ୍ଟ୍ରିରେ ଅଭିନେତା ରଣବୀର କପୁରଙ୍କୁ ଦେଖି ଈର୍ଷା କରନ୍ତି । କାର୍ତ୍ତିକ ଆର‌୍ୟନ ଏକ ସାକ୍ଷାତକାରରେ କହିଥିଲେ ଯେ ‘ବର୍ଫିବୟ’ଙ୍କ ପାଖରେ ସ୍କ୍ରିପ୍ଟ ବାଛିବା ପାଇଁ ଭଲ ସେନ୍ସ ରହିଛି । କାର୍ତ୍ତିକଙ୍କ କହିବା ମୁତାବକ ରଣବୀର ଏଭଳି ସବୁ ଫିଲ୍ମ କରିଛନ୍ତି ଯାହାକୁ ଦେଖି ତାଙ୍କର ବହୁତ ଇଚ୍ଛା ଯେ ସେ ମଧ୍ୟ ଏଭଳି ଫିଲ୍ମ କରିବାକୁ ପସନ୍ଦ କରନ୍ତି ।

କାର୍ତ୍ତିକ ଆର‌୍ୟନଙ୍କ ଅନୁସାରେ ସେ ବିଗ ବି, ରଣବୀର ସିଂ ଏବଂ ରଣବୀର କପୂରଙ୍କ ଫିଲ୍ମ ଦେଖି ବଡ ହୋଇଛନ୍ତି । ତେଣୁ ଏମାନେ ତାଙ୍କର ଆଇଡଲ ଅଟନ୍ତି । ସେ ଆଶା ରଖିଛନ୍ତି ଯେ ସେ ବି କେବେ କେଉଁ ନୂଆ କଳାକାରଙ୍କ ରୋଲ ମଡେଲ ହୋଇ ପାରିବେ ।

କାର୍ତ୍ତିକଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଖୁବ ଶୀଘ୍ର ସେ ଫିଲ୍ମ ‘ଲଭ ଆଜକଲ୨’ରେ ନଜର ଆସିବେ । ଏଥିରେ ସେ ସାରାଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ । ଲଭ ଆଜକଲ୨’ଫିଲ୍ମ ଇମତିଆଜ ଅଲ୍ଲୀ ନିର୍ଦ୍ଦେଶନା ଦେଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More