Only for Entertainment

ଫିଲ୍ମ ‘ଲୁକାଛୁପି’ର ପ୍ରଥମ ପୋଷ୍ଟର ରିଲିଜ, ନଜର ଆସିଲା ଦୁହିଁଙ୍କ ଜବରଦସ୍ତ କେମେଷ୍ଟ୍ରି !

37

ବଲିଉଡ ଅଭିନେତା କାର୍ତ୍ତିକ ଆର‌୍ୟନ ଏବଂ କୃତି ସାନନଙ୍କ ଫିଲ୍ମ ‘ଲୁକାଛୁପି’ର ପ୍ରଥମ ପୋଷ୍ଟର ରିଲିଜ ହୋଇଛି । ପୋଷ୍ଟରରେ ଦୁହିଁଙ୍କ ରୋମାନ୍ସ ଦେଖିବାକୁ ମିଳିଛି । କୃତି ହାତରେ ବରମାଳା ଧରିଛନ୍ତି ତ ସେହିପରି କାର୍ତ୍ତିକ ହାତରେ ପଗଡି । ଏହାସହ ଦୁହେଁ ଦୁହିଁଙ୍କ ଓଠରେ ଆଙ୍ଗୁଠି ରଖିଛନ୍ତି । ଏହି ଫଟୋ କାର୍ତ୍ତିକ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଏହାସହ କ୍ୟାପଶନ ଲେଖିଛନ୍ତି ଯେ- କାର୍ତ୍ତିକ ଆର‌୍ୟନ ଧରା ପଡିବେ ନା ଚଖମା ଦେଇ ପଳେଇବେ ? ଦେଖନ୍ତୁ ଫିଲ୍ମର ପ୍ରଥମ ପୋଷ୍ଟର, ଗତକାଲି ରିଲିଜ ହେବ ଏହି ଫିଲ୍ମର ଟ୍ରେଲର । ଘଂଟାଏ ପୂର୍ବରୁ ଶେୟାର ହୋଇଥିବା ଏହି ପୋଷ୍ଟରକୁ ହଜାର ହଜାର ଲାଇକ ମିଳିଛି ।


ଫିଲ୍ମ ବିଷୟରେ କହିବାକୁ ଗଲେ ଏହା ଏକ ରୋମାଂଟିକ କମେଡି ଫିଲ୍ମ ଅଟେ । ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଲକ୍ଷ୍ମଣ ଉତେକର ଏବଂ ଦିନେଶ ବିଜାନଙ୍କ ମେଡାକ ଫିଲ୍ମସ ଏହାର ପ୍ରଯୋଜନା କରିଛନ୍ତି । ଫିଲ୍ମରେ କାର୍ତ୍ତିକ ଏବଂ କୃତିଙ୍କ ବ୍ୟତୀତ ପଙ୍କଜ ତ୍ରିପାଠୀ ଏବଂ ଅପାରଶକ୍ତି ଖୁରାନା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ୧ମାର୍ଚ୍ଚରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More