Only for Entertainment

‘ଲଭ ଆଜକଲ ୨’ର ସେଟରୁ ଲିକ ହେଲା କାର୍ତ୍ତିକଙ୍କ ନୂଆ ଲୁକ, ଦେଖିଲେ ଚିହ୍ନିବା ମୁସକିଲ

bollywood tadka
22

ବଲିଉଡ ଅଭିନେତା କାର୍ତ୍ତିକ ଆର‌୍ୟନ ଏବଂ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ଆଗାମୀ ଫିଲ୍ମ ‘ଲଭ ଆଜ କଲ ୨’ ଏବେ ଖୁବ ଚର୍ଚ୍ଚାରେ । ଫିଲ୍ମର ସୁଟିଂ ଆରମ୍ଭ ହେବା ସମୟରୁ ସୁଟିଂ ସେଟରୁ କିଛି ନା କିଛି ଫଟୋ ସାମ୍ନାକୁ ଆସିବାରେ ଲାଗିଛି । ନିକଟରେ ସୁଟିଂ ସେଟରୁ କାର୍ତ୍ତିକ ଆର‌୍ୟନଙ୍କ ଏକ ନୂଆ ଫଟୋ ସାମ୍ନାକୁ ଆସିଛି ।

ଏହି ଫଟୋରେ କାର୍ତ୍ତିକଙ୍କ ଲୁକ ଦେଖିଲେ ଆପଣ ତାଙ୍କୁ ଚିହ୍ନି ପାରିବେ ନାହିଁ । ଫଟୋରେ ତାଙ୍କ ଚେହେରା ଖୁବ ବଦଳିଲା ପରି ନଜର ଆସୁଛି । ଲମ୍ବା ନିଶ ସହିତ ମିଡିୟମ ଦାଢିରେ କାର୍ତ୍ତିକ ନଜର ଆସିଛନ୍ତି । ଏହି ଫଟୋକୁ ଦେଖିଲେ ଲାଗୁଛି କାର୍ତ୍ତିକଙ୍କ ଏହି ଲୁକ ପାଇଁ ପ୍ରୋସ୍ଥେଟିକ ମେକଅପର ସାହାରା ନିଆଯାଇଛି ।

Sara-Kartik-Mar10

ଫିଲ୍ମ ବିଷୟରେ କହିବାକୁ ଗଲେ କାର୍ତ୍ତିକ ଏବଂ ସାରାଙ୍କ ଫିଲ୍ମ ‘ଲଭ ଆଜ କଲ ୨’ ଆଗାମୀ ବର୍ଷ ୧୪ ଫେବୃଆରୀରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More