Only for Entertainment

‘ଭୁଲ ଭୁଲୈୟା-୨’ ପରେ ଅକ୍ଷୟ କୁମାରଙ୍କ ଏହି ଫିଲ୍ମରେ ନଜର ଆସିବେ କାର୍ତ୍ତିକ ଆର୍ୟନ !

The Indian Wire
15

ବଲିଉଡରେ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଚାହିଦା ଏବେ ବଢିବାରେ ଲାଗିଛି । ଫିଲ୍ମୀ ବ୍ୟାକଗ୍ରାଉଣ୍ଡର ନଆସି ମଧ୍ୟ କାର୍ତ୍ତିକ ଏବେ ନିର୍ଦ୍ଦେଶକ ଏବଂ ନିର୍ମାତାଙ୍କର ପ୍ରଥମ ପସନ୍ଦ ପାଲଟିଛନ୍ତି । ଏବେ ଦେଖିବାକୁ ମିଳୁଛି ଯେ, ହିନ୍ଦୀ ଫିଲ୍ମ ଗୁଡିକର ସିକ୍ୱେଲରେ ଅଭିନୟ ପାଇଁ ନିର୍ମାତା-ନିର୍ଦ୍ଦେଶକ କାର୍ତ୍ତିକଙ୍କୁ ଖୁବ୍‍ ପସନ୍ଦ କରୁଛନ୍ତି । ଯୁବତୀ ଏବଂ ଛୁଆଙ୍କ ଅତିପ୍ରିୟ କାର୍ତ୍ତିକ ନିକଟରେ ‘ଭୁଲ ଭୁଲୈୟା-୨’ ସାଇନ୍‍ କରିଛନ୍ତି, ଯାହାର ପ୍ରଥମ ପାର୍ଟରେ ଅକ୍ଷୟ କୁମାର ଥିଲେ ।

ଏବେ ଖବର ଆସୁଛି ଯେ, ହେରାଫେରି-୩ରେ ମଧ୍ୟ କାର୍ତ୍ତିକ ଅକ୍ଷୟଙ୍କ ସ୍ଥାନ ନେଇପାରନ୍ତି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କାର୍ତ୍ତିକ, ଅକ୍ଷୟଙ୍କ ସ୍ଥାନରେ ଅଭିନୟ କରିଲେ ମଧ୍ୟ ପରେଶ ରାୱଲ ଏବଂ ସୁନୀଲ ଶେଟ୍ଟୀ ପୂର୍ବ ପରି ନିଜ ନିଜ ଭୂମିକା ତୁଲାଇବେ । ହେଲେ ହେରାଫେରି-୧ ଏବଂ ୨ରେ ନିଜର ଅଭିନୟର ଯାଦୁରେ ଦର୍ଶକଙ୍କୁ ମୋହିଥିବା ଅକ୍ଷୟ ଯେ ହେରାଫେରି-୩ରେ ନଜର ଆସିବେ ନାହିଁ ଏବଂ କାର୍ତ୍ତିକ ତାଙ୍କ ଚରିତ୍ର ନିଭାଇବେ, ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।

କାର୍ତ୍ତିକ ଆର୍ୟନଙ୍କୁ ଖୁବଶୀଘ୍ର ଫିଲ୍ମ ‘ପତି ପତ୍ନୀ ଅର ୱ’ରେ ଅନନ୍ୟା ପାଣ୍ଡେ ଏବଂ ଭୂମି ପେଡନେକରଙ୍କ ସହ ଦେଖିବାକୁ ମିଳିବ। ଅପରପକ୍ଷରେ ଅକ୍ଷୟ କୁମାରଙ୍କ ଅଭିନୀତ ହାଉସଫୁଲ- ୪ ଦିପାବଳୀ ଅବସରରେ ମୁକ୍ତିଲାଭ କରିବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More