Only for Entertainment

କାର୍ତ୍ତିକଙ୍କୁ ସାକ୍ଷାତ ପାଇଁ ଫ୍ଲାଇଟ ଛାଡିଦେଲେ ଏହି ପରିବାର, ନଜର ଆସିଲା ପାଗଳାମିର ଶେଷ ସ୍ତର

29

ବଲିଉଡର ନୂଆ ହ୍ୟାଣ୍ଡସମ ହଙ୍କ୍ କାର୍ତ୍ତିକ ଆର‌୍ୟନଙ୍କ ଭାଗ୍ୟ ଏବେ ଚମକୁଛି । ଏମିତିରେ କହିପାରିବେ ‘ସୋନୁ କେ ଟିଟୁ କି ସ୍ୱିଟି’ ପରେ କାର୍ତ୍ତିକଙ୍କ ଭାଗ୍ୟର ତାଲା ଖୋଲି ଯାଇଛି । ଏବେ ସେ ଅଭିନୟ ସହିତ ନିଜ ଲୁକ ପାଇଁ ମଧ୍ୟ ବେଶ୍ ଚର୍ଚ୍ଚାରେ ରହୁଛନ୍ତି । ଏହା ଆପଣ ଅନୁମାନ ମଧ୍ୟ କରିପାରୁଥିବେ, କାରଣ କାର୍ତ୍ତିକଙ୍କ ପାଇଁ ଝିଅମାନେ ଦ୍ୱିୱାନୀ ହୋଇ ଯାଉଥିବା ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସେ ।

 

 

View this post on Instagram

 

And his cheeks go viral ??? #kartikaaryan #airportdiaries #viralbhayani @viralbhayani

A post shared by Viral Bhayani (@viralbhayani) on

ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଆପଣ ଦେଖି ପାରୁଥିବେଯେ କାର୍ତ୍ତିକ ସବୁ ଥର ଭଳି ଏହିଥର ମଧ୍ୟ କୁଲ ଅନ୍ଦାଜରେ ନଜର ଆସିଛନ୍ତି । ଏହି ମଧ୍ୟରେ ଏକ ପରିବାର ତାଙ୍କ ନିକଟକୁ ଆସି କହୁଛନ୍ତି ତୁମ ପାଇଁ ଆମେ କେରଳର ଫ୍ଲାଇଟ ଛାଡ଼ିଦେଲୁ । ଏହାପରେ ସମସ୍ତେ କାର୍ତ୍ତିକଙ୍କ ସହିତ ସେଲ୍ଫି ନେଉଛନ୍ତି । ଏହାକୁ ଦେଖି ଫ୍ୟାନ୍ସ କାର୍ତ୍ତିକଙ୍କୁ ଖୁବ ପ୍ରଶଂସା କରୁଛନ୍ତି । କାରଣ ସେ କୁଲ ଅନ୍ଦାଜରେ ସେହି ପରିବାରକୁ ଟ୍ରିଟ କରିଛନ୍ତି ।\nକହିରଖୁଛୁ କାର୍ତ୍ତିକ ଆଗାମୀ ଦିନରେ ଫିଲ୍ମ ଭୁଲ ଭୁଲୈୟାଁ’ରେ ନଜର ଆସିବେ ।ଏହା ସହିତ ଦୋସ୍ତାନା ଟୁ’ରେ ମଧ୍ୟ ନଜର ଆସିବେ ଏହି ଆକ୍ଟର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More