Only for Entertainment

କାର୍ତ୍ତିକ ଆର୍ୟନ ଟିକଟକରେ କଲେ ଧମାକାଦାର ଡେବ୍ୟୁ, ପ୍ରଥମଥର ଭିଡିଓ ଏଭଳି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପକାଇବ !

41

ବଲିଉଡ ଷ୍ଟାର କାର୍ତ୍ତିକ ଆର୍ୟନ ଟିକଟକ୍ ରେ ଡେବ୍ୟୁ କରିଛନ୍ତି । ତାଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ଷ୍ଟାର ‘ଧିମେ ଧିମେ’ ଗୀତରେ ଡାନ୍ସ କରୁଥିବାର ନଜର ଆସିଛନ୍ତି ।

କାର୍ତ୍ତିକଙ୍କର ସୋସିଆଲ ମିଡିଆରେ ଅନେକ ଫ୍ୟାନଫଲୋଇଂ ରହିଛନ୍ତି । ଏହାପରେ ସେ ଟିକଟକରେ ମଧ୍ୟ ଡେବ୍ୟୁ କରିଛନ୍ତି । ଏହି ଭିଡିଓକୁ ଶେୟାର କରି ଅଭିନେତା ଲେଖିଛନ୍ତି ଯେ ଯେଉଁଠି ପବ୍ଲିକ ସେଇଠି ମୁଁ । ତଥାପି ଏହା ପ୍ରଥମ ଥର ହୋଇନାହିଁ ଯେଉଁଠି ଷ୍ଟାର ପବ୍ଲିକରେ ଡାନ୍ସ କରିନାହାନ୍ତି ।

କିଛି ଦିନ ତଳେ କାର୍ତ୍ତିକ ଦୀପିକା ପାଦୁକୋଣଙ୍କ ସହ ‘ଧିମେ ଧିମେ’ ଗୀତରେ ଡାନ୍ସ କରି ଚର୍ଚ୍ଚା ସାଉଂଟି ଥିଲେ । ଦୁହେଁ କଳାକାର ଡାନ୍ସ କରିଥିଲେ ,ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । କାର୍ତ୍ତିକଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ତାଙ୍କ ଫିଲ୍ମ ପତି ପତ୍ନୀ ଔର ୱ ସିନେମା ଘରେ ରିଲିଜ ହୋଇସାରିଲାଣି । ଏଥିରେ କାର୍ତ୍ତିକଙ୍କ ବ୍ୟତୀତ ଅନନ୍ୟା ପାଣ୍ଡେ ଏବଂ ଭୂମି ପେଡନେକର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More