Only for Entertainment

ଏକାଠି ନଜର ଆସିବେ ଅଭିନେତା କାର୍ତିକ ଅୟାନ, ଅଭିନେତ୍ରୀ ଅନନ୍ୟା ପାଣ୍ଡେ!

27

ନିକଟରେ ଖବର ଶୁଣିବାକୁ ମିଳିଥିଲା ଯେ ସେ ସାରା ଅଲ୍ଲୀ ଖାନଙ୍କ ସହ ‘ଲଭ ଆଜ କଲ୨’ରେ ନଜର ଆସିବେ । ତେବେ ଏହାପରେ ସେ ଆଉ ଏକ ଫିଲ୍ମରେ ନଜର ଆସିବେ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତାଙ୍କର ଅପକମିଂ ଫିଲ୍ମ ‘ପତି ପତ୍ନୀ ଅର ୱୋ’ ରିମେକରେ ଅଭିନେତା କାର୍ତିକ ଅୟାନ, ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏହି ଦୁଇଷ୍ଟାରଙ୍କୁ ଏକାଠି ଦେଖିବାକୁ ମିଳିବ । କାର୍ତିକ ଅୟାନଙ୍କୁ ଫିଲ୍ମ ସ୍କ୍ରିପ୍ଟ ମଧ୍ୟ ବେଶ ପସନ୍ଦ ଆସିଥିବା ଖବର ଶୁଣିବାୁ ମିଳିଛି ।

ଫେବୃୟାରୀ ମାସରୁ ଫିଲ୍ମର ସୁଟିଂ ମୁମ୍ବାଇରେ ଆରମ୍ଭ ହେବ । ପ୍ରଥମ ଥର ପାଇଁ ଏହି ଦୁଇ ଷ୍ଟାରଙ୍କୁ ଫିଲ୍ମରେ ଏକାଠି ଦେଖିବାକୁ ପାଇବେ ଦର୍ଶକ । ୧୯୭୮ମସିହାରେ ପରଦାକୁ ଆସିଥିଲା ‘ପତି ପତ୍ନୀ ଅର ୱୋ’ ଫିଲ୍ମ । ଦର୍ଶକ ମଧ୍ୟ ଫିଲ୍ମ ବେଶ ପସନ୍ଦ ଆସିଥିଲା ।

ତେବେ ସେହି ଫିଲ୍ମକୁ ଆଖି ଆଗରେ ରଖି ଆଧୁନିକ ଯୁଗରେ ଲଭ ଷ୍ଟୋରୀକୁ ନେଇ ଏହି ଫିଲ୍ମ ପ୍ରସ୍ତୁତ କରାଯାଇଛି । ତେବେ ଏହି ଫିଲ୍ମରେ ଦୁଇ କଳାକାରଙ୍କ କେମେଷ୍ଟ୍ରି କିପରି ରହିଛି ତାହା ଦେଖିବା ମଜାଦାର ରହିବ । ଏବେ ଏବେ କାର୍ତ୍ତିକଙ୍କ ସହ ଅନନ୍ୟାଙ୍କୁ ନେଇ ରିଲେସନସିପ ଚର୍ଚ୍ଚା ଜୋର ଧରିଥିବା ବେଳେ , ଦୁହିଁଙ୍କ କେମେଷ୍ଟ୍ରି ଦେଖିବାକୁ ଲୋକମାନେ ଖୁବ ଉତ୍ସାହର ସହ ଚାହିଁ ରହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More