Only for Entertainment

ବେଡରୁମରେ ଏହି ମହିଳାଙ୍କ ସହ ଧରା ପଡିଲେ କାର୍ତ୍ତିକ ଆର୍ୟନ, ସୋସିଆଲ ମିଡିଆରେ ଚହଳ ପକାଉଛି ଭିଡିଓ !

129

ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ ବଲିଉଡରେ ଖୁବ କମ ସମୟରେ ସଫଳତା ହାସିଲ କରିନେଇଛନ୍ତି । ତାଙ୍କ ପାଖରେ ପାଖାପାଖି ଅଧା ଡର୍ଜନ ଫିଲ୍ମ ରହିଛି । ଯେଉଁଥିରୁ ଏବେ ଅଭିନେତା ‘ପତି ପତ୍ନୀ ଔର ୱ’ , ‘ଲଭ ଆଜକଲ-୨’ , ‘ଭୂଲ ଭୂଲୈୟା୨’ ଏବଂ ‘ଦୋସ୍ତାନା୨’ର ସୁଟିଂର ଘୋଷଣା କରିଛନ୍ତି । ପତି ପତ୍ନୀ ଔର ୱ’ ଚଳିତ ବର୍ଷ ରିଲିଜ ହେବ । ଏହାବ୍ୟତୀତ ତାଙ୍କର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନିକଟରେ ଏକ ଭିଡିଓ ଇଂଟରନେଟରେ ଚହଳ ପକାଇଛି । ଏହି ଭିଡିଓରେ ଅଭିନେତା ଜଣକ ଜଣେ ମହିଳାଙ୍କ ଅତି ନିକଟତର ଥିବା ଦେଖିବାକୁ ମିଳିଛି ।

ଅସଲରେ ୨୨ନଭେମ୍ବରରେ କାର୍ତ୍ତିକ ଆର୍ୟନଙ୍କ ଜନ୍ମଦିନ ଥିଲା । ବର୍ଥଡେ’ର ଖାସ ମୂହୁର୍ତ୍ତରେ କାର୍ତ୍ତିକଙ୍କୁ ତାଙ୍କ ବନ୍ଧୁ ମୁକେଶ ଛାବଡା ଏକ ଭିଡିଓ ଶେୟାର କରିଛନ୍ତି । ଭିଡିଓରେ କାର୍ତ୍ତିକ ଜଣେ ମହିଳାଙ୍କ ସହ ବିଛଣାରେ ଶୋଇଛନ୍ତି ଏବଂ ବ୍ୟାକଗ୍ରାଉଣ୍ଡରେ ଗୀତ ବାଜୁଛି ‘କିସ ମି’ । ଏହି ଭିଡିଓ ଶେୟାର କରି ସେ କାର୍ତ୍ତିକ ଆର୍ୟନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ମୁକେଶ ଭିଡିଓ ଶେୟାର କରି ଲେଖିଛନ୍ତି ଯେ ଏହା କାର୍ତ୍ତିକଙ୍କ ଅଡିସନ ସମୟର ଭିଡିଓ ଅଟେ । କାର୍ତ୍ତିକ ଅନେକ ଦିନ ପୂର୍ବରୁ କ୍ୟାଡବରୀର ବିଜ୍ଞାପନ ପାଇଁ ଅଡିସନ ଦେଇଥିଲେ ଏବଂ ଆଜି ସେ ଏହାର ବ୍ରାଣ୍ଡ ଆମ୍ବାସାଡର ଅଟନ୍ତି ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ କାର୍ତ୍ତିକ ଏବେ ନିଜର ଆଗାମୀ ଫିଲ୍ମ ପତି ପତ୍ନୀ ଔର ୱ’ ପାଇଁ ବ୍ୟସ୍ତ ଅଛନ୍ତି । ଫିଲ୍ମରେ କାର୍ତ୍ତିକଙ୍କ ଭୁମି ଏବଂ ଅନନ୍ୟା ପାଣ୍ଡେ ନଜର ଆସିବେ । ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମ ୧୯୭୮ରେ ଆସିଥିବା ସଂଜୟ କପୂର, ବିଦ୍ୟା ସିହ୍ନା ଏବଂ ରଂଜୀତା କୌରଙ୍କ ଫିଲ୍ମର ରିମେକ ଅଟେ । ଏହି ଫିଲ୍ମ ଚଳିତ ବର୍ଷ ୬ଡିସେମ୍ବରରେ ପରଦାରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More