Only for Entertainment

‘ପତି ପତ୍ନୀ ଔର ୱୋ’ରେ ଏପରି ରହିବ କାର୍ତ୍ତିକ ଆର୍ଯ୍ୟନଙ୍କ ଲୁକ, ଫିଲ୍ମରେ ଭୂମି ପେଡନେକର ଏବଂ ଅନନ୍ୟା ପାଣ୍ଡେଙ୍କ ସହିତ କରିବେ ରୋମାନ୍ସ

DNA
40

ବଲିଉଡ ଅଭିନେତା  କାର୍ତ୍ତିକ ଆର୍ଯ୍ୟନ ଖୁବ ଶୀଘ୍ର ଆଗମୀ ଫିଲ୍ମ ‘ପତି ପତ୍ନୀ ଔର ୱୋ’ରେ ନଜର ଆସିବେ । କିଛି ଦିନ ପୂର୍ବେ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଥିଲା । ଏହି ଫିଲ୍ମରେ କାର୍ତ୍ତିକଙ୍କ ବ୍ୟତିତ ଭୂମି ପେଡନେକର ଏବଂ ଅନନ୍ୟା ପାଣ୍ଡେ ମଧ୍ୟ ନଜର ଆସିବେ । କାର୍ତ୍ତିକ ନିକଟରେ ଟ୍ୱିଟ କରି ଫିଲ୍ମରେ ତାଙ୍କ ଲୁକକୁ ଫ୍ୟାନ୍ସଙ୍କ ସହିତ ସେୟାର କରିଛନ୍ତି । ଫିଲ୍ମରେ ସେ ଚିଣ୍ଟୁ ତ୍ୟାଗୀ ଭୂମିକାରେ ନଜର ଆସିବେ ।

ଆପଣଙ୍କୁ କହିରଖୁଛୁ ଯେ, ୭୦ ଦଶକରେ ରିଲିଜ ହୋଇଥିବା ଫିଲ୍ମରେ ଏହା ରିମେକ । ଏହି ଫିଲ୍ମରେ ସଂଜୀବ କୁମାର, ବିଦ୍ୟା ସିହ୍ନା ଏବଂ ରଂଜୀତା ସିହ୍ନା ଲିଡ ରୋଲରେ ନଜର ଆସିଥିଲେ । ସେହି ସମୟରେ ମଧ୍ୟ ଦର୍ଶକେ ଏହି ଫିଲ୍ମକୁ ଖୁବ ପସନ୍ଦ କରିଥିଲେ ।

୭୦ ଦଶକରେ ରିଲିଜ ହୋଇଥିବା ଏହି ଫିଲ୍ମର ସଫଳତାକୁ ଦେଖି ମେକର୍ସ ଏହାର ରିମେକ ନିର୍ମାଣ କରିବାକୁ ଚିନ୍ତା କରିଥିଲେ । ଫିଲ୍ମରେ କାର୍ତ୍ତିକ ଲକ୍ଷ୍ନୌର ବାସନ୍ଦା ଚିଣ୍ଟୁ ତ୍ୟାଗୀ ଭୂମିକାରେ ନଜର ଆସିବେ । ଫିଲ୍ମ ପାଇଁ କାର୍ତ୍ତିକଙ୍କ ଲୁକରେ ଖୁବ ପରିବର୍ତ୍ତନ କରାଯାଇଛି । ଫଟେରେ କାର୍ତ୍ତିକଙ୍କୁ ମିଡିଲ ଏଜ ବ୍ୟକ୍ତି ଭାବେ ଦେଖିବାକୁ ମିଳିଛି ।

ଫିଲ୍ମରେ କାର୍ତ୍ତିକଙ୍କ ପତ୍ନୀ ଭୂମିକାରେ ଭୂମି ପେଡନେକର ନଜର ଆସିବେ । ସେହିପରି ପ୍ରେମିକା ଭୂମିକାରେ ଅନନ୍ୟା ପାଣ୍ଡେଙ୍କୁ ଦେଖିବାକୁ ମିଳିବ । କାର୍ତ୍ତିକ ପ୍ରଥଥର ପାଇଁ ଏହି ଦୁଇ ଅଭିନେତ୍ରୀଙ୍କ ସହିତ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More