Only for Entertainment

ରିଲିଜ୍ ଆଗାମୀ ବଲିଉଡ୍ ରୋମାଂଟିକ୍ – କମେଡି ଫିଲ୍ମ ‘ଲୁକା ଛୁପ୍ପି’ର ରୋମାଂଟିକ୍ ଗୀତ ‘ଫଟୋ ସଙ୍ଗ’ !

35

ହିନ୍ଦୀ ମିଡିଅମ୍, ସ୍ତ୍ରୀ ଭଳଇ ସିନେମା ଭେଟି ଦେଇଥିବା ମେକର୍ ମାଡକ୍ ଫିଲ୍ମସ୍ ଏବେ ଆଉ ଏକ ବୋଲ୍ଡ କାହାଣୀକୁ ନେଇ ସିନେମା ପ୍ରସ୍ତୁତ କରିଛନ୍ତି । ଯାହାର ଟାଇଟେଲ୍ ରହିଛି ‘ଲୁକା ଛୁପି’ । ଫିଲ୍ମର କାହାଣୀ ଲିଭ୍ – ଇନ୍ ରିଲେସନସିପକୁ ନେଇ ଗତିଶୀଳ ହୋଇଛି । ଯେଉଁଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତା କାର୍ତିକ୍ ଆର‌୍ୟନ ଓ ଅଭିନେତ୍ରୀ କ୍ରିତି ସାନୋନ୍ । ଏହି ସିନେମାର ଏକ ରୋମାଂଟିକ୍ ଗୀତ ଏବେ ରିଲିଜ୍ ହୋଇଛି । କେମିତ ରହିଛି ଏହି ଗୀତଟି ଚାଲନ୍ତୁ ଦେଖିବା ।

ଆଗାମୀ ବଲିଉଡ୍ ରୋମାଂଟିକ୍ – କମେଡି ଫିଲ୍ମ ‘ଲୁକା ଛୁପ୍ପି’ର ରୋମାଂଟିକ୍ ଗୀତ ‘ଫଟୋ ସଙ୍ଗ’ । ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ କାର୍ତିକ୍ ଆର‌୍ୟନ ଓ କ୍ରିତି ସାନୋନ୍ । ଆଉ ରିଲିଜ୍ ହୋଇଥିବା ଏହି ରୋମାଂଟିକ୍ ଗୀତରେ ଦେଖିବାକୁ ମିଳିଛି କାର୍ତିକ୍ ଆର‌୍ୟନ ଓ କ୍ରିତି ସାନୋନଙ୍କ ଭିତରେ ହାଲକା – ଫୁଲକା ରୋମାନ୍ସ ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ଏହି ଯୋଡି ପରଦାରେ ରୋମାନ୍ସ କରିବାକୁ ଯାଉଛନ୍ତି । ମୁକ୍ତିଲାଭ କରିଥିବା ଏହି ରୋମାଂଟିକ୍ ଗୀତରେ ଶୁଣିବାକୁ ମିଳିଛି କରଣ ସେହ୍ମବିଙ୍କ ଗାୟିକି । ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ଗୋଲ୍ଡ ବୟ ଓ ତନିଷ୍କ ବାଗ୍ଚି । ଏହି ଗୀତର ଲିରିକ୍ସର ଭାର ତୁଲାଇଛନ୍ତି ନିର୍ମାନ୍ । ଚଳଚ୍ଚିତ୍ର ଲୁକ୍କା ଛୁପ୍ପିରେ ଲିଡ୍ ଭୂମିକାରେ ନଜର ଆସିବେ ଅଭିନେତା କାର୍ତିକ୍ ଆର‌୍ୟନ୍ ଓ ଅଭିନେତ୍ରୀ କ୍ରିତି ସାନୋନ୍ । ଏମାନଙ୍କ ବ୍ୟତୀତ ପଙ୍କଜ ତ୍ରିପାଠୀ, ଅପରିକ୍ଷୀତ୍ ଖୁରାନା, ବିନୟ ପାଠକ ଆଦି କଳାକାରଙ୍କ ଅଭିନୟ ଦେଖିବାକୁ ମିଳିବ ଏହି ସିନେମାରେ । ଦିନେଶ ବିଜାନଙ୍କ ପ୍ରଯୋଜନାରେ ଏହି ଅପକମିଂ ସିନେମାରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଲକ୍ଷ୍ମଣ ଉଟେକର୍ । ୧ ମାର୍ଚ୍ଚରେ ପରଦାକୁ ଆସିବ ଚଳଚ୍ଚିତ୍ର ଲୁକା ଛୁପ୍ପି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More