Only for Entertainment

ଏକାଭଳି ଟିସାର୍ଟରେ ସ୍ପଟ ହେଲେ କାର୍ତ୍ତିକ ଏବଂ ତାରା, ପ୍ରଶଂସକ କହିଲେ-ଏବେ ସାରା ଅଲୀ ଖାନଙ୍କର କ’ଣ ହେବ?

44

କାର୍ତ୍ତିକ ଆର୍ୟନଙ୍କ ନା’ ଇଣ୍ଡଷ୍ଟ୍ରିରେ ଆସିବା ଦିନ ଠାରୁ ଅନେକ ଅଭିନେତ୍ରୀଙ୍କ ସହ ଯୋଡି ହେବାରେ ଲାଗିଛି । କେତେବେଳେ ଅନନ୍ୟା ପାଣ୍ଡେଙ୍କ ସହ ତ କେତେବେଳେ ତାରା ସୁତରିଆଙ୍କ ସହ । କିନ୍ତୁ ଏବେ ସାରା ଅଲୀ ଖାନଙ୍କ ସହ ତାଙ୍କର ଡେଟିଂ କରୁଥିବାର ଖବର ଚର୍ଚ୍ଚା ଜୋର ଧରିଥିଲା । ମାତ୍ର ଏବେ ତାରା ଏବଂ କାର୍ତ୍ତିକ ଆର୍ୟନଙ୍କୁ ଯେତେବେଳେ ଏକା ରକମର ଟିସାର୍ଟରେ ସ୍ପଟ କରାଯାଇଛି , ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ସମସ୍ତେ ଫନି କମେଂଟ୍ସ କରିବା ଆରମ୍ଭ କରିଛନ୍ତି ।

ଅସଲରେ କାର୍ତ୍ତିକ ଆର୍ୟନ ଏବଂ ତାରା ସୁତରିୟା ଦୁହେଁ ଏକା ଭଳି ଗେଟଅପରେ ସ୍ପଟ ହୋଇଛନ୍ତି । ଦୁହିଁଙ୍କ ଟି-ସାର୍ଟରେ ‘ଏନ୍ଗେଜ୍ଡ’ ଲେଖା ହୋଇଛି । ତାରା ଏହାକୁ ଫୋଲ୍ଡ କରି କ୍ରପ ଟପ ଲୁକ ଦେଇଛନ୍ତି । ଏହି ଦୁଇ ଜଣଙ୍କ ଲୁକ ଦର୍ଶକଙ୍କୁ ପସନ୍ଦ ଆସିଛି ମାତ୍ର କାର୍ତ୍ତିକଙ୍କୁ ଖୁବ ପରିହାସ କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ ।

କିଛି ଜଣ ସୋସିଆଲ ମିଡିଆରେ କମେଂଟ କରି ଲେଖିଛନ୍ତି ଯେ ଏବେ ସାରା ଅଲୀ ଖାନଙ୍କର କ’ଣ ହେବ । ଏହାବ୍ୟତୀତ କେହି କେହି ତାଙ୍କୁ ବଲିଉଡର ଆଉ ଜଣେ ରଣବୀର କପୂର ମଧ୍ୟ କହି ସୁଧୁରି ଯିବାକୁ କହିଛନ୍ତି । କିଛି ଲୋକ ଅନୁମାନ କରି କହିଛନ୍ତି ହୁଏତ ଦୁହେଁ ଏକାସହ କୌଣସି ଏକ ଫିଲ୍ମରେ ନଜର ଆସିପାରନ୍ତି । ୟୁଜର୍ସଙ୍କ ଏଭଳି ପ୍ରତିକ୍ରିୟାର ତ କିଛି ମଧ୍ୟ ସମାଧାନ ନାହିଁ । କିନ୍ତୁ ତାରା ଏବଂ କାର୍ତ୍ତିକ ଆଗରୁ ସ୍ପଷ୍ଟ କରିସାରିଛନ୍ତି ଦୁହିଁଙ୍କ ମଧ୍ୟରେ ସେମିତି କିଛି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More