Only for Entertainment

‘ପତି ପତ୍ନୀ ଔର ୱୋ’ର ଲୁକକୁ ନେଇ ଭାବବିହ୍ୱଳ ହେଲେ କାର୍ତ୍ତିକ ଆର‌୍ୟନ

aajtak
51

ଲୁକା ଛୁପି ଫେମ ଆକ୍ଟର କାର୍ତ୍ତିକ ଆର‌୍ୟନ ତାଙ୍କର ଆଗାମୀ ଫିଲ୍ମ ‘ପତି ପତ୍ନୀ ଔର ୱୋ’ ର ସୁଟିଂ ଆରମ୍ଭ ହୋଇ ସାରିଛି । ଏହି ମଧ୍ୟରେ କାର୍ତ୍ତିକ ଫିଲ୍ମର ଏକ ଲୁକ ଶେୟାର କରିଛନ୍ତି । ଫଟୋରେ କାର୍ତ୍ତିକଙ୍କ ସାଧାସିଧା ଲୁକ ଦେଖିଲେ ଆପଣଙ୍କୁ ରବ ନେ ବନା ଦି ଯୋଡ଼ି’ର ଶାହାରୁଖଙ୍କ ଚରିତ୍ର ନଜର ଆସିବେ ।

 

ଫିଲ୍ମରେ ଚିଂଟୁ ଚରିତ୍ରରେ ନଜର ଆସୁଥିବା କାର୍ତ୍ତିକ ଇଂଷ୍ଟାଗ୍ରାମରେ ଏହି ଫଟୋକୁ ଶେୟାର କରି ଇମୋଶନାଲ ନୋଟିସ ଲେଖିଛନ୍ତି । ଯେଉଁଥିରେ ଲେଖିଛନ୍ତି ଗୋଟିଏ ଚରିତ୍ରକୁ ପଛରେ ପକାଇ ଆଉ ଏକ ଚରିତ୍ରରେ ପ୍ରବେଶ କରିବା ଖୁବ କଷ୍ଟ । କିନ୍ତୁ ଏହା ଏକ ମଜାଦାର ପ୍ରକ୍ରିୟା । ଯେଉଁଥିରେ ଗୋଟିଏ ଜୀବନରେ ବିଭିନ୍ନ ଚରିତ୍ରରେ ଅଭିନୟ କରିବାର ସୁଯୋଗ ମିଳେ ।

 

ଏହା ପୂର୍ବରୁ କାର୍ତ୍ତିକ ଏହା ବିଷୟରେ କହିଥିଲେଯେ ସେ ଜଣେ ସମର୍ପିତ ପତି ଚରିତ୍ରରେ ଏହି ଫିଲ୍ମରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More