Only for Entertainment

କେରଳର ଏହି ସ୍ଥାନରେ ରହିଛି ମୃତ ସନ୍ତାନଙ୍କ ବିବାହ କରାଇବାର ପରମ୍ପରା !

Aanavandi
0 31

ଜୀବନରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦିନେ ନା ଦିନେ ଜୀବନସାଥିର ଆବଶ୍ୟକ ପଡିଥାଏ । ଆମେ ଜୀବିତ ଲୋକଙ୍କ ବିବାହ ଉତ୍ସବ ନିୟମିତ ଦେଖିଥାଉ । ହେଲେ ଭାରତରେ ଏପରି ଏକ ସ୍ଥାନ ଅଛି, ଯେଉଁଠାରେ ମୃତ ବ୍ୟକ୍ତିଙ୍କର ବିବାହ ଉତ୍ସବକୁ ବଡ଼ ଧୁମଧାମରେ ପାଳନ କରାଯାଇଥାଏ । ଏହି ପରମ୍ପରା କେରଳର କାସାରଗୋଡ଼ରେ ଦେଖିବାକୁ ମିଳିଥାଏ । ଏହି ପରମ୍ପରା ଅନ୍ତର୍ଗତ ପରିବାର ଲୋକେ ନିଜ ମୃତ ସନ୍ତାନଙ୍କ ବିବାହ କରାଇଥାନ୍ତି । ଏହି ପରମ୍ପରାକୁ ‘ପ୍ରେତା କଲ୍ୟାଣମ’ କୁହାଯାଇଥାଏ ।

ghost wedding

ରିପୋର୍ଟ ଅନୁସାରେ ଏହି ପରମ୍ପରାରେ ବିବାହ ବାସ୍ତବିକ ଜୀବନରେ ହେଉଥିବା ବିବାହ ସହ ସମାନ । ଏଥିରେ କେବଳ ଗୋଟିଏ ପାର୍ଥକ୍ୟ ହେଉଛି ପ୍ରକୃତ ବର-ବଧୂ ସ୍ଥାନରେ ସେମାନଙ୍କର କଣ୍ଢେଇ ରଖାଯାଇଥାଏ । ଗତବର୍ଷ ରମେଶ ଏବଂ ସୁକନ୍ୟାଙ୍କ ବିବାହ ଏହି ପରମ୍ପରାରେ ଅନୁଷ୍ଠିତ ହୋଇଥିଲା । ପିଲାବେଳୁ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା । ଦୁଇପକ୍ଷର ଲୋକେ ପ୍ରଥମେ ରମେଶ ଏବଂ ସୁକନ୍ୟାଙ୍କର କୁଣ୍ଡଳୀକୁ ମିଳାଇଥିଲେ । ପରେ ଜ୍ୟୋତିଷ୍କଙ୍କ ପରାମର୍ଶ କ୍ରମେ ବିବାହ ତାରିଖ ସ୍ଥିର କରାଯାଇଥିଲା ।

ବିଧି ଅନୁସାରେ ବିବାହ ସହ ଭୋଜି ଭାତର ଆୟୋଜନ ମଧ୍ୟ ହୋଇଥିଲା । ଲୋକଙ୍କ ଯୁକ୍ତି ହେଉଛି ଏହା କରିବାର ଉଦ୍ଦେଶ୍ୟ ମୃତ ବ୍ୟକ୍ତିଙ୍କୁ ସମ୍ମାନ ଦେବା । ଯାହାଫଳରେ ସ୍ୱର୍ଗରେ ସେମାନେ ଶାନ୍ତିରେ ରହିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More