Only for Entertainment

ସୋନାକ୍ଷୀଙ୍କ ସହିତ ମିଳିଥିବା ଫିଲ୍ମକୁ ମନା କରିଦେଲେ କସୌଟି’ର ଆକ୍ଟର ପାର୍ଥ ସମଥାନ । ଜାଣନ୍ତୁ କାହିଁକି ।

34

କସୌଟି ଜିନ୍ଦେଗୀ କେ ଟୁ’ରେ ଅନୁରାଗ ବାସୁଙ୍କ ଚରିତ୍ରରେ ନଜର ଆସୁଥିବା ଅଭିନେତା ପାର୍ଥ ସମଥାନ ନିଛକ ଅଭିନୟ ପାଇଁ ଦର୍ଶକଙ୍କୁ ବେଶ ପସନ୍ଦ ଆସୁଛନ୍ତି । ଏରିକା ଫର୍ଣ୍ଣାଡିଜଙ୍କ ସହିତ ତାଙ୍କର ଅନସ୍କ୍ରିନ ଅଭିନୟ ଦର୍ଶକଙ୍କ ହୃଦୟରେ ଏକ ସୁନ୍ଦର ସ୍ଥାନ ସୃଷ୍ଟି କରିପାରିଛି । ନିକଟରେ ପାର୍ଥଙ୍କୁ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଅପୋଜିଟରେ କାମ କରିବା ପାଇଁ ଅଫର ମିଳିଥିଲା । କିନ୍ତୁ ପାର୍ଥ ଏହି ଅଫରକୁ ନେବା ପାଇଁ ମନା କରି ଦେଇଥିଲେ ।

ଖବର ଅନୁସାରେ ସୋନାକ୍ଷୀ ସିହ୍ନାଙ୍କ ଅପକମିଂ ଫିଲ୍ମ ଖାନଦାନୀ ସଫାଖାନା’ରେ ସୋନାକ୍ଷୀଙ୍କ ଅପୋଜିଟରେ ପାର୍ଥଙ୍କୁ ଏକ ଛୋଟ ରୋଲ ଅଫର କରାଯାଇଥିଲା । ପରେ ପିଙ୍କବିଲାର ରିପୋର୍ଟରେ ଏହି କଥାର ଖୁଲାସା ହେଲାଯେ ପାର୍ଥ ଚରିତ୍ରର ରୋଲ ସମୟକୁ ନେଇ ଖୁସି ନଥିଲେ । କାରଣ ଏହା କମ ସମୟର ଥିଲା । ତେଣୁ ସେ ମନା କରିଦେଲେ । ଫିଲ୍ମରେ ବରୁଣ ଶର୍ମା ଏବଂ ର‌୍ୟାପର ବାଦଶାହ ମୁଖ୍ୟ ଚରିତ୍ରରେ ନଜର ଆସିବେ । ଏହି ଫିଲ୍ମ ୨ ଅଗଷ୍ଟକୁ ସିନେମା ଘରେ ରିଲିଜ ହେବ ।

ଏବେ ଫିଲ୍ମର ଟ୍ରେଲର ରିଲିଜ ହୋଇସାରିଛି । ଏଥିରେ ଟିଭି ଆକ୍ଟର ପ୍ରିୟାଂଶୁ ଜୋରାଙ୍କୁ ସୋନାକ୍ଷୀଙ୍କ ଅପୋଜିଟରେ ଦେଖିବାକୁ ମିଳିବ । ଅନୁମାନ କରାଯାଉଛି ବୋଧହୁଏ ଫିଲ୍ମରେ ପାର୍ଥଙ୍କୁ ଏହି ରୋଲ ଅଫର କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More