Only for Entertainment

‘କସୌଟି ଜିନ୍ଦଗୀ କି’ରେ ହିନା ଖାନଙ୍କ ବଦଳରେ ଏହି ଅଭିନେତ୍ରୀ କରିବେ କି କୋମୋଲିକାର ରୋଲ ?

DNA India
0 48

ଆପଣ ତ ଏହା ଜାଣନ୍ତି ଏକତା କପୁର ନିଜର ପପୁଲାର ଟିଭି ସିରିଏଲ ‘କସୌଟି ଜିନ୍ଦଗୀ କି’କୁ ପୁଣିଥରେ ପରଦାକୁ ଆଣୁଛନ୍ତି । ଟିଭିର ଏହି ସିରିଏଲକୁ ଲୋକେ ଖୁବ ପସନ୍ଦ କରିଥିଲେ । ସିରିଏଲର ଦ୍ୱିତୀୟ ପାର୍ଟକୁ ନେଇ ମଧ୍ୟ କିଛି ଦିନରୁ ଖୁବ ଚର୍ଚ୍ଚା ଲାଗି ରହିଛି । ଏହା ସହିତ ଫିଲ୍ମର କାଷ୍ଟିଂକୁ ନେଇ ମଧ୍ୟ ସସପେନ୍ସ ଲାଗିରହିଛି । ନିକଟରେ ଶୋ’ର ପ୍ରଡ୍ୟୁସର ଏକତା କପୁର ସିରିଏଲ ବିଷୟରେ ଖୁଲାସା କରିଛନ୍ତି ।

ନିକଟରେ ଏକତା କପୁରଙ୍କୁ ଶୋ’ର କାଷ୍ଟିଂକୁ ନେଇ ପ୍ରଶ୍ନ ପଚରାଯିବାରୁ ସେ ସପପେନ୍ସକୁ ଜାରି ରଖିଥିଲେ । କୋମୋଲିକା ଚରିତ୍ରରେ ହିନା ଖାନ ନଜର ଆସିବେ କି ? ଏହି ପ୍ରଶ୍ନରେ ଏକତା କହିଥିଲେ ସେ ଜଣେ ବଡ ଟିଭି ଅଭିନେତ୍ରୀ । ସେ ଅନେକ ସକରାତ୍ମକ ରୋଲରେ ଅଭିନୟ କରିଛନ୍ତି । ଏଥିରୁ ଆପଣ ଅନ୍ଦାଜ ଲଗାଇପାରନ୍ତି ।

ନିକଟରେ ଏକତାଙ୍କ ହ୍ୟାସଟ୍ୟାଗ ‘fromtheformertothelatter’ ସହିତଏକ ଫଟୋ ସେୟାର କରିଛନ୍ତି । ଏହୁ ଫଟୋରେ ହିନା ଖାନ ନୁହେଁ ବରଂ କ୍ରିଷ୍ଟଲ ଡିସୁଜାଙ୍କୁ ଦେଖିବାକୁ ମିଳିଛି । ଏବେ ଏହାକୁ ନେଇ ସସପେନ୍ସ ଆହୁରି ମଧ୍ୟ ବଢି ଯାଇଛି । ଏବେ କୋମୋଲିକାର ରୋଲର କିଏ କରିବେ ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More