Only for Entertainment

‘କସୌଟି ଜିନ୍ଦଗୀ କି’ର ସୁଟିଂ ସେଟରୁ ଫଟୋ ଲିକ, ସାମ୍ନାକୁ ଆସିଲା ନୂଆ ପ୍ରେରଣାଙ୍କ ଲୁକ ।

latestly
0 42

ପପୁଲାର ଟିଭି ଶୋ’ ‘କସୌଟି ଜିନ୍ଦଗୀ କି’ର ନୂଆ ସିଜିନର ସୁଟିଂ କୋଲକାତାରେ ଆରମ୍ଭ ହୋଇସାରିଛି । ଏକତା କପୁରଙ୍କ ଶୋ’ ‘କସୌଟି ଜିନ୍ଦଗୀ କି’ର ଏହି ନୂଆ ସିଜିନରେ ଅଭିନେତ୍ରୀ ଏରିକା ଫର୍ଣ୍ଣାଡିଜଙ୍କୁ ଲିଡ ରୋଲରେ ଦେଖିବାକୁ ମିଳିବ । ଏହି ସିଜନରେ ପୁରୁଣା ଚରିତ୍ରଙ୍କୁ ଦେଖିବାକୁ ମିଳିବ କିନ୍ତୁ ନୂଆ ଚେହେରାରେ । ନିକଟରେ ଏକତା କପୁର ଶୋ’ର ଟିଜର ଲଂଚ କରିଥିଲେ ।

କିଛ ଦିନ ତଳେ ସୁଟିଂ ସେଟର କିଛି ଫଟୋ ସାମ୍ନାକୁ ଆସିଥିଲା । ଯେଉଁଥିରେ ଏରିକାଙ୍କ ଅପୋଜିଟରେ ପାର୍ଥ ସମାଥାନ ନଜର ଆସିବେ ବେଲି ସ୍ପଷ୍ଟ ହୋଇଥିଲା । ଏବେ ନିକଟରେ ସୁଟିଂ ସେଟରୁ ଏରିକାଙ୍କର କିଛି ଫଟୋ ସାମ୍ନାକୁ ଆସିଛି । ଏହି ଫଟୋରେ ଏରିକା ଦେଶୀ ଲୁକରେ ନଜର ଆସିଛନ୍ତି । ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।


କହିରଖୁଛୁ ଯେ ‘କସୌଟି ଜିନ୍ଦଗୀ କି’ର ପୂର୍ବ ସିଜିନରେ ଶ୍ୱେତା ତିୱାରୀ ପ୍ରେରଣା ରୋଲରେ ନଜର ଆସିଥିଲେ । ଏହାକୁ ନେଇ ଶ୍ୱେତା କହିଥିଲେ ‘ଏରିକା ଜଣେ ଭଲ ଝିଅ । ସବୁଠାରୁ ଭଲ କଥା ହେଉଛି ଏଥର ମୁଁ କସୌଟି ଜିନ୍ଦଗୀ କୁ ଦେଖିବି ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More