Only for Entertainment

କସୌଟି ଜିନ୍ଦେଗୀ କୀର ପ୍ରମୋ ସୁଟ,ଶାହାରୁଖ ନେଲେ ଏତେ ଟଙ୍କା ।

youtube
0 56

କସୌଟି ଜିନ୍ଦେଗୀ କୀ ମେଗା ଧାରାବାହିକ ଅନ ଏୟାର ହେବା ପୂର୍ବରୁ ଏବେ ଖୁବ ଚର୍ଚ୍ଚାରେ ରହିଛି । ପ୍ରେରଣା ଏବଂ ଅନୁରାଗଙ୍କ ଭିନ୍ନ ପ୍ରେମ କାହାଣୀ ୨୫ ଡିସେମ୍ବରରୁ ରାତି ୮ଟାରେ ଦେଖିବାକୁ ପାଇବେ ଦର୍ଶକ । ନିକଟରେ ଶାହାରୁଖ ଓ ଏକତା କପୁର ଏହାର ପ୍ରମୋ ଭିଡ଼ିଓ ସୁଟ କରିଛନ୍ତି । ଖବର ଅନୁସାରେ କିଙ୍ଗ ଖାନ ଏଥିପାଇଁ ଖୁବ ମୋଟା ଅଙ୍କର ରାଶି ନେଇଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ ଶାହାରୁଖ ଏଥିପାଇଁ ୮ କୋଟି ଟଙ୍କା ନେଇଛନ୍ତି । ଏହା ମଧ୍ୟ କୁହାଯାଉଛିଯେ କିଙ୍ଗ ଖାନ ଏକତାଙ୍କ ସହିତ ୬ରୁ ୮ ଘଂଟା ସୁଟିଂ କଲେ । ଅବଶ୍ୟ କିଙ୍ଗ ଖାନ ନେଇଥିବା ଟଙ୍କା ବିଷୟରେ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ଘୋଷଣା ହୋଇନାହିଁ । କିନ୍ତୁ ଏତିକି ଜଣା ପଡ଼ୁଛିଯେ ଶାହାରୁଖ ଶୋ ସହିତ ଯୋଡ଼ି ହୋଇଥିବାରୁ ଶୋ’ର ଡିମାଣ୍ଡ ଅଧିକ ବଢିଯାଇଛି । ଏବେ ଶୋ’ର ସୁଟିଂ କୋଲକାତାରେ ଚାଲୁଛି ।

 

ସିରିଅଲରେ ପ୍ରେରଣା ଚରିତ୍ରରେ ଏରିକା ଫର୍ଣ୍ଣାଡିଜ ନଜର ଆସିବା ବେଳେ ଅନୁରାଗ ଚରିତ୍ରରେ ପାର୍ଥ ସମଥାନ ନଜର ଆସିବେ । ପୂର୍ବ ଥର ଶ୍ୱେତା ତିୱାରୀ ପ୍ରେରଣା ଚରିତ୍ରରେ ନଜର ଆସିଥିଲେ । ଏହା ବ୍ୟତୀତ ଶୋ’ରେ କମୋଲିକା ଚରିତ୍ରରେ ହୀନା ଖାନ ଅଭିନୟ କରିବେ ବୋଲି କନଫର୍ମ ହୋଇସାରିଛି । ତଥାପି ଏହାର ଆଧିକାରୀକ ଘୋଷଣା କରାଯାଇ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More