କସୌଟି ଜିନ୍ଦେଗୀକି ସୁଟିଂ ପରେ ଦେଖିବାକୁ ମିଳିଲା ଏରିକାଙ୍କ ବିନ୍ଦାସ ଅନ୍ଦାଜ !
ଏରିକା ଫର୍ଣ୍ଣାଡିଜ ସିରିଅଲ ‘କୁଛ ରଂଗ ପ୍ୟାର କି ଏସେ ଭି’ଜରିଆରେ ଲକ୍ଷ ଲକ୍ଷ ଲୋକଙ୍କ ମନ ଜିତିଥିଲେ । ଏହି ସିରିଅଲରେ ଏରିକା ଟିଭିର ହ୍ୟାଣ୍ଡସମ ହଙ୍କ ଶାହିର ଶେଖଙ୍କ ସହ ନଜର ଆସିଥିଲେ । ଏହି ସିରିଅଲରେ ଦୁହିଁଙ୍କ ଜବରଦସ୍ତ କେମେଷ୍ଟ୍ରି ଧମାଲ ମଚାଇଥିଲା । ଏବେ ଖୁବ ଶୀଘ୍ର ଏରିକା ‘କସୌଟି ଜିନ୍ଦେଗୀକେ’ରେ ନଜର ଆସିବେ । ଏଠାରେ ଆମେ କହି ରଖୁଛୁ ଯେ ସିରିଅଲ ଶ୍ୱେତା ତିୱାରୀ ଏବଂ ସିଜେନ ଖାନଙ୍କ ପ୍ରସିଦ୍ଧ ସିରିଅଲର ଏହା ରିବୁଟ ଅଟେ ।
ଏବେ ଏହି ସିରିଅଲର ସୁଟିଂ କୋଲକାତାରେ ଚାଲିଛି । ଏକତାଙ୍କ ସହ ପାର୍ଥ ସମଥାନ, ଏରିକା ଏବ ପୂଜା ମଧ୍ୟ ସାମିଲ ଅଛନ୍ତି ଏଠାରେ ଆମେ କହି ରଖୁଛୁ ଯେ ସୁଟିଂରୁ ସମୟ ବାହାର କରି ସମସ୍ତ କଳାକାର କୋଲକାତା ମଧ୍ୟ ଖୁବ ବୁଲୁଛନ୍ତି । ଏକତାଙ୍କ ସହ ଟିମ କିଛି ଦିନ ପୁର୍ବେ କାଳିଘାଟ ପୂଜା କରିବା ପାଇଁ ପହଂଚିଥିଲେ । ଏରିକା ମଧ୍ୟ ତାଙ୍କ ବନ୍ଧୁଙ୍କ ସହ କାରର କୋଳକାତା ବୁଲିବା ସମୟରେ ମସ୍ତି କରିଥିଲେ । ଯାହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ।
ଅସଲରେ ଏରିକା ଏବଂ ତାଙ୍କ ବନ୍ଧୁ ଅକ୍ଷୟକୁମାରଙ୍କ ଫିଲ୍ମ ରାଓଡି ରାଠୋରର ଏକ ଗୀତ ପ୍ରିତମ ପ୍ୟାରେ’ରେ ଖୁବ ମସ୍ତି କରୁଥିଲେ । ଏହି ଭିଡିଓକୁ ଏରିକା ନିଜର ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି ।
ଏଠାରେ ଆମେ କହି ରଖୁଛୁ ଯେ ଏରିକା ଏହି ସିରିଅଲରେ କସୌଟି ଜିନ୍ଦେଗୀ କି ରେ ପ୍ରେରଣା ଶର୍ମାଙ୍କ ଭୁମିକା ତୁଲାଇବେ । ଏକତା କପୁରଙ୍କ ଏହି ସିରିଅଲ ୨୫ସେପ୍ଟେମ୍ବର ୨୦୧୮ଷ୍ଟାରପ୍ଲସରେ ରାତି ୮ଟା ବେଳେ ପ୍ରସାରିତ ହେବ ।