Only for Entertainment

ଦେଖନ୍ତୁ ‘କସୌଟି’ର ମିଷ୍ଟର ବଜାଜଙ୍କ ମେକଅପ ରୁମ ।

40

ଏବେ ଏକତା କପୂରଙ୍କ ଟିଭି ଶୋ ‘କସୌଟି ଜିନ୍ଦେଗୀ କେ’ ଟିଆରପିରେ ଭଲ ସ୍ଥାନରେ ଅଛି । ଶୋ’ରେ ମିଷ୍ଟର ବଜାଜ ଭାବରେ ନଜର ଆସିବେ କରଣ ସିଂ ଗ୍ରୋଭର । ଏହି ରୋଲ ପାଇଁ କରଣ ସିଂ ଗ୍ରୋଭରଙ୍କ ଲୁକରେ ଖୁବ ପରିବର୍ତ୍ତନ ଅଣାଯାଇଛି । ନିକଟରେ କରଣ ସେିଂ ଗ୍ରୋଭର ତାଙ୍କ ମେକଅପ ରୁମର ଏକ ଭିଡ଼ିଓ ଶେୟାର କରିଛନ୍ତି । ଯେଉଁଥିରେ ତାଙ୍କୁ ମିଷ୍ଟର ବଜାଜଙ୍କ ରୋଲ ପାଇଁ ପ୍ରସ୍ତୁତ କରାଯାଉଛି ।

 

କରଣ ବହୁ ଦିନ ହେବ ଟିଭି ଦୁନିଆରୁ ଦୂରେଇ ଥିଲେ । କିନ୍ତୁ କରଣ ଟିଭି ଦୁନିଆର ଜଣେ ପସନ୍ଦୀୟ ଚେହେରା । ତେଣୁ କରଣ ଏହି ଆକର୍ଷଣ ପାଇଁ ଏକତା କପୂର ତାଙ୍କ ପୁଣିଥରେ ଟିଭି ପରଦାକୁ ଫେରାଇ ଆଣିଛନ୍ତି ।

ପ୍ରଥମ ସିଜନରେ ଏହି ଆଇକନିକ ଚରିତ୍ରରେ ନଜର ଆସିଥିଲେ ରୋନିତ ରୟ । ତେବେ କରଣ ଶୋ’ରେ ନଜର ଆସିବେ ଶୁଣିବା ପରଠାରୁ ଫ୍ୟାନ୍ସଙ୍କ ଉତ୍ସାହ ଶୋ’କୁ ନେଇ ବଢିଯାଇଛି । ଏହି ଶୋ ପାଇଁ ୱର୍କିଂ ସମୟ କରଣ ନିଜେ ପ୍ରସ୍ତୁତ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More