Only for Entertainment

କସୌଟିରେ କମୋଲିକାକୁ ରିପ୍ଲେସ କରିବେ ଏହି ଅଭିନେତ୍ରୀ…? ହେବ ନୂଆ ଏଣ୍ଟ୍ରି

indiatoday
23

ଷ୍ଟାର ପ୍ଲସର ହିଟ ଧାରାବାହିକ ‘କସୌଟି ଜିନ୍ଦଗୀ କି-୨’ରେ ଏବେ ଜବରଦସ୍ତ ଡ୍ରାମା ଦେଖିବାକୁ ମିଳୁଛି । କିନ୍ତୁ ଶୋ’ରେ ଏବେ କମୋଲିକା କ୍ୟାରେକ୍ଟରକୁ ସମସ୍ତ ସିସ କରୁଛନ୍ତି । ଶୋ’ର ପ୍ରଡ୍ୟୁସର ଏକତା କପୁର କିଛି ସମୟ ପୂର୍ବରୁ କସୌଟିରେ ହିନା ଖାନଙ୍କ ଏଣ୍ଟ୍ରି କରିଥିଲେ । କିନ୍ତୁ ଏବେ ତାଙ୍କୁ ସିରିଏଲରେ ଦେଖିବା ପାଇଁ ମିଳୁନାହିଁ । ଇତି ମଧ୍ୟରେ କମୋଲିକାର ନାମକୁ ଶୋ’କୁ ଆଣିବା ପାଇଁ ମେକର୍ସ ନୂଆ ଅଭିନେତ୍ରୀଙ୍କୁ ଏଣ୍ଟ୍ରି କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ହିନା ଖାନ ଏବେ ନିଜର ଡେବ୍ୟୁ ଫିଲ୍ମ ‘ଲାଇନ୍ସ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି କାରଣରୁ ଦର୍ଶକଙ୍କୁ ସରପ୍ରାଇଜ ଦେବା ପାଇଁ ମେକର୍ସ ସ୍ଥିର କରିଛନ୍ତି । ରିପୋର୍ଟ ଅନୁସାରେ କସୌଟିରେ ଖୁବ ଶୀଘ୍ର କମୋଲିକାର ଭଉଣୀ ଏଣ୍ଟ୍ରି ହେବାକୁ ଯାଉଛି । ଏବେ କମୋଲିକାର ଭଉଣୀ ପ୍ରେରଣା ଏବଂ ଅନୁରାଗର ଜୀବନରେ ନିଆଁ ଲଗାଇବାର କାମ କରିବ । ଏହି ଭୂମିକାରେ ଅଭିନେତ୍ରୀ ଆରିନା ଦେ ବଜର ଆସିବେ ।

 

 

View this post on Instagram

 

#aarti#mujralook#actor#actorlife#shadesofaarti#motherdaughterstory#emotions#muskaan#starbharat#lovemyjob

A post shared by Arina Dey (@arinadey14) on

କହିରଖୁଛୁ ଯେ, ମେକର୍ସ ଲମ୍ବା ସମୟରୁ ଏପରି ଜଣେ ଅଭିନେତ୍ରୀଙ୍କୁ ଖୋଜୁଥିଲେ ଯେ କମୋଲିକାଙ୍କ ଭଉଣୀ ଭୂମିକାରେ ନଜର ଆସିବେ ଏବଂ ହିନା ଖାନଙ୍କ ପରି ଫେମସ ହୋଇଥିବେ । ସେଥିପାଇଁ ସେ ଅରିନା ଦେଙ୍କୁ ବାଛିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More