Only for Entertainment

ଶାହରୁଖ ଖାନଙ୍କ ମୁହଁରେ ଅନୁରାଗ ଏବଂ ପ୍ରେରଣାଙ୍କ ଅଧୁରା ପ୍ରେମ କାହାଣୀ, ଦେଖନ୍ତୁ ‘କସୌଟି ଜିନ୍ଦଗୀ କି ୨’ର ନୂଆ ପ୍ରୋମୋ ।

India
0 60

ଟିଭି କ୍ୱିନ ଏକତା କପୁରଙ୍କ ବହୁ ଚର୍ଚ୍ଚିତ ଶୋ’ ‘କସୌଟି ଜିନ୍ଦଗୀ କି-୨’ର ନୂଆ ପ୍ରୋମୋ ନିକଟରେ ରିଲିଜ କରାଯାଇଛି । ଏହି ପ୍ରୋମୋରେ ରୋମାନ୍ସର ବାଦଶାହ ଶାହାରୁଖ ଖାନ ନଜର ଆସିଛନ୍ତି । ସେ ପ୍ରେରଣା ଏବଂ ଅନୁରାଗ ଚରିତ୍ରକୁ ଲୋକଙ୍କ ସହିତ ପରିଚିତ କରାଉଛନ୍ତି । ଏହି ଭିଡିଓରେ ଶାହରୁଖ ଖାନ, ପ୍ରେରଣା ଏବଂ ଅନୁରାଗଙ୍କ ଅଧୁରା ପ୍ରେମ କାହାଣୀକୁ କହୁଛନ୍ତି । ଏହି ସିରିଏଲ ୨୫ ସେପ୍ଟେମ୍ବରରୁ ଟିଭିରେ ପ୍ରସାରଣ କରାଯିବ ।

ଏହା ପୂର୍ବରୁ ‘କସୌଟି ଜିନ୍ଦଗୀ କି’କୁ ଲୋକେ ଖୁବ ପସନ୍ଦ କରିଥିଲେ । ଏହି ଶୋ’ରେ ଶ୍ୱେତା ତିୱାରୀ ପ୍ରେରଣା ଏବଂ ସିଜାନ ଖାନ ଅନୁରାଗ ଭୂମିକାରେ ନଜର ଆସିଥିଲେ । କିନ୍ତୁ ଆଗାମୀ ସିଜିନରେ ପ୍ରେରଣା ଭୂମିକାରେ ଅଭିନେତ୍ରୀ ଏରିକା ଫର୍ଣ୍ଣାଡିସଙ୍କୁ ଦେଖିବାକୁ ମିଳିବ । ଏହା ପୂର୍ବରୁ ସେ ସୋନି ଟିଭିରେ ପ୍ରସାରିତ ‘କୁଛ ରଙ୍ଗ ପ୍ୟାର କେ ଏସେ ଭି’ରେ ନଜର ଆସିଥିଲେ ।

 


ସେହିପରି ଅନୁରାଗ ଚରିତ୍ରରେ ପାର୍ଥ ସମଥାନ ନଜର ଆସିବେ । ପାର୍ଥ ଟିଭି ବ୍ୟତିତ ୨୦୧୬ରେ ରିଲିଜ ହୋଇଥିବା ଫିଲ୍ମ ‘ଗୁଗଲି ହୋ ଗୟି’ରେ ନଜର ଆସିଥିଲେ ।

Smiling is mandatory! ?? #picoftheday? #love for red #smilee Pic : @scarlettmrose

A post shared by Parth Samthaan (@the_parthsamthaan) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More