Only for Entertainment

ଭିଡରେ ଫସି ରହିଥିବା ସାରାଙ୍କୁ ଏଭଳି ବଂଚାଇଲେ କାର୍ତ୍ତିକ, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ !

101

ବଲିଉଡ ଅଭିନେତ୍ରୀ ସାରା ଅଲୀ ଖାନ ଫିଲ୍ମ ‘କେଦାରନାଥ‘ ରୁ ବଲିଉଡରେ ଡେବ୍ୟୁ କରିଥିଲେ । ଏଥିରେ ତାଙ୍କ ସହ ବିପକ୍ଷରେ ନଜର ଆସିଥିଲେ ସୁଶାନ୍ତ ସିଂ ରାଜପୂତ । ଏହାପରେ ରଣବୀର ସିଂଙ୍କ ଫିଲ୍ମ ସିମ୍ବାରେ ନଜର ଆସିଥିଲେ । ଦୁଇଟି ଯାକ ଫିଲ୍ମରେ ତାଙ୍କ ଅଭିନୟକୁ ଖୁବ ପ୍ରଶଂସା ମିଳିଥିଲା । ତେବେ ଏବେ ସାରା କାର୍ତ୍ତିକ ଆର‌୍ୟନଙ୍କ ସହ ଆଗାମୀ ଫିଲ୍ମରେ ନଜର ଆସିବେ ।

 

View this post on Instagram

 

Kartik & Sara spotted in Lucknow having dinner together!? – Protective Kartik is one of a kind♥️ That’s his girl and he’s never letting go! These two give me so much of happiness!♥️ So not the normal kind of couple you see in Bollywood ? My crazy babies? – . . Follow me @kartiksarafanclub for all updates on Kartik & Sara!♥️ . . Tags : { #SaraAliKhan #KartikAaryan #SarTik #Kartik #Sara #KartikSara #SaraKartik #kareenakapoor #saifalikhan #deepikapadukone #aliabhatt #beautiful #jhanvikapoor #ranveersingh #ranbirkapoor #sonuketitukisweety #simmba #bollywood #actors #love #kedarnath #loveaajkal #loveaajkal2 #lukkachuppi #instadaily #instagood #instalove #kalank #varundhawan #janhvikapoor} @kartikaaryan @saraalikhan95

A post shared by SarTik Fanclub (@kartiksarafanclub) on


ନିକଟରେ କାର୍ତ୍ତିକ ଆର‌୍ୟନଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯାହା ସୋସିଆଲ ମିଡିଆରେ ଖୁବ ମାତ୍ରାରେ ଦେଖିବାକୁ ମିଳିଛି । ଏହି ଭିଡିଓରେ ଦେଖାଯାଇଛି ଯେ କିଭଳି ଫ୍ୟାନ୍ସଙ୍କ ଭିଡ ଭିତରୁ ବାହାରିବା ପାଇଁ ସାରା ଚେଷ୍ଟା କରୁଛନ୍ତି ଏବଂ କାର୍ତ୍ତିକ ତାଙ୍କୁ ଭିଡ ଭିତରୁ ବାହାରକୁ ଆଣୁଛନ୍ତି । ଅସଲରେ ଦୁହେଁ ଏକ ରେସ୍ତୋରାଁରୁ ବାହାରୁଥିଲେ ଏବଂ ସେହି ସମୟରେ ଭିଡ ତାଙ୍କୁ ଘେରି ପକାଇଥିଲା । ଫ୍ୟାନ୍ସମାନେ ତାଙ୍କ ସହ ସେଲ୍ଫି ନେବା ଆରମ୍ଭ କରିଥିଲେ । ସେହିସମୟରେ କାର୍ତ୍ତିକ ତାଙ୍କୁ ଭିଡରୁ ବାହାର କରିଥିଲେ । ଶୁଣିବାକୁ ମିଳିଛି ଏହି ଭିଡିଓ ଲଖନଉର ଅଟେ ।

କାର୍ତ୍ତିକ ସାରାଙ୍କୁ ଏଭଳି ସୁରକ୍ଷା ଦେବା ଫ୍ୟାନ୍ସ ମାନେ ଖୁବ ପସନ୍ଦ କରିଛନ୍ତି ଏବଂ ଲଗାତାର କମେଂଟ କରି ତାଙ୍କର ପ୍ରଶଂସା କରିଛନ୍ତି । କେବଳ ସେତିକି ନୁହେଁ ଫ୍ୟାନ୍ସ ମାନେ ସାରା ଏବଂ କାର୍ତ୍ତିକଙ୍କୁ ଏକ ନିକ ନେମ ‘ସାର୍ତିକ’ ଦେଇ ସାରିଲେଣି । ଏହି ନାଁରେ ଏକ ଫ୍ୟାନ ପେଜ ମଧ୍ୟ ହୋଇଛି । ସେହିଭଳି ଆଉ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସାରା କାର୍ତ୍ତିକଙ୍କ ହାତ ଧରି ଚାଲୁଥିବାର ନଜର ଆସିଛନ୍ତି ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ସାରା ଇମତିଆଜ ଅଲୀଙ୍କ ଫିଲ୍ମ ସୁଟିଂ ଶେଷ କରିଛନ୍ତି ଏବଂ ଏହି ଫିଲ୍ମ ଆସନ୍ତା ବର୍ଷ ଭାଲେଂଟାଇନ ଡେ ଅର୍ଥାତ ଫେବୃଆରୀ ୧୪ରେ ରିଲିଜ ହେବ । ଏହାବ୍ୟତୀତ କାର୍ତ୍ତିକ ଫିଲ୍ମ ‘ପତି ପତ୍ନୀ ଔର ୱୋ’ରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବଂ ଭୂମି ପେଡନେକରଙ୍କ ସହ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More