Only for Entertainment

ଜିରୋର କାହାଣୀରେ ଲୁଚି ରହିଛି କ୍ୟାଟ୍ରିନା-ରଣବୀରଙ୍କ ବ୍ରେକଅପର ରାଜ !

The Asian Age
28

ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଜିରୋ ବକ୍ସ ଅଫିସରେ ରିଲିଜ ହୋଇସାରିଛି । ଫିଲ୍ମକୁ ଦର୍ଶକ ଏବଂ କ୍ରିଟିକ୍ସଙ୍କ ମିିଶ୍ର ପ୍ରତିକ୍ରିୟା ମିଳିଛି । ଫିଲ୍ମରେ ଶାହରୁଖ ଖାନଙ୍କ ବ୍ୟତୀତ କ୍ୟାଟ୍ରିନା କୈଫ ଏବଂ ଅନୁଷ୍କା ଶର୍ମା ନଜର ଆସିଛନ୍ତି । ଫିଲ୍ମରେ କ୍ୟାଟ୍ରିନା ଜଣେ ଅଭିନେତ୍ରୀ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମରେ କ୍ୟାଟ୍ରିନାଙ୍କ ନାମ ରହିଛି ବବିତା କୁମାରୀ । ଖବର ଅନୁସାରେ ଫିଲ୍ମରେ କ୍ୟଟ୍ରିନା କୈଫଙ୍କ ଅସଲ ଜୀବନର ଝଲକ ଦେଖିବାକୁ ମିଳିଛି । ଆଜ୍ଞା ହଁ, ଫିଲ୍ମକେ କ୍ୟାଟ୍ରିନା ବ୍ରେକଅପ ପରେ କିପରି ନିଜକୁ ସମ୍ଭାଳୁଛନ୍ତି ତାହା ଦେଖିବାକୁ ମିଳିଛି । ଏବଂ ଏହି ଦୃଶ୍ୟ ତାଙ୍କ ଅସଲ ଜୀବନରେ ରଣବୀର କପୁରଙ୍କ ସହିତ ହୋଇଥିବା ବ୍ରେକଅପ ଉପରେ ଆଧାରିତ । ସାହାସର ସହିତ ସେ ଏହି ପରିସ୍ଥିତିକୁ ସମ୍ଭାଳିଥିଲେ ତାହା ପରଦାରେ ଦେଖିବାକୁ ମିଳିବ ।

ନିକଟରେ ରିଲିଜ ହୋଇଥିବା ଜିରୋର ଗୀତ ‘ହୀର ବଦନାମ’ରେ କ୍ୟାଟ୍ରିନାଙ୍କୁ ନିଶା ଏବଂ ଡିପ୍ରେସନ ଦେଇ ଗତୀ କରୁଥିବାର ଦେଖିବାକୁ ମିଳିଥିଲା । ଖବର ଅନୁସାରେ ରଣବୀରଙ୍କ ସହିତ ବ୍ରେକଅପ ପରେ କ୍ୟାଟ୍ରିନାଙ୍କ ଅବସ୍ଥା ସେହିପରି ହୋଇଯାଇିଥିଲା । ଫିଲ୍ମରେ ରଣବୀର କପୁରଙ୍କ ଭୂମିକାରେ ବଲିଉଡ ଅଭିନେତା ଅଭୟ ଦେଓଲ ନଜର ଆସିଛନ୍ତି ।

କହିରଖୁଛୁ ଯେ, କ୍ୟାଟ୍ରିନା ଏବଂ ରଣବୀର କପୁର ୫ ବର୍ଷ ପର୍ଯ୍ୟନ୍ତ ରିଲେସନସିପରେ ଥିଲେ । ସମୟ ସହିକ ଦୁହିଁିଙ୍କ ମଧ୍ୟରେ ଦୂରତା ବଢିଥିଲା ଏବଂ ଶେଷରେ ବ୍ରେକଅପ ହୋଇଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More