Only for Entertainment

ଏହିକାରଣରୁ ପୁଣି ସୋସିଆଲ ମିଡିଆରେ କ୍ୟାଟରୀନା କୈଫ ଏବଂ ବିକ୍କି କୌଶଲଙ୍କ ଅଫେୟାର ଚର୍ଚ୍ଚା ଜୋର ଧରିଲା !

36

ବଲିଉଡ ଅଭିନେତ୍ରୀ କ୍ୟାଟରୀନା କୈଫ ଏବଂ ବିକ୍କି କୌଶଲ ଜଣେ ବନ୍ଧୁଙ୍କ ଦୀପାବଳି ପାର୍ଟିରେ ଏକାସହ ସ୍ପଟ ହୋଇଥିଲେ । ଦୁହେଁ ଏକାସହ ସ୍ପଟ ହୋଇଥିଲେ ମାତ୍ର ଆଗକୁ ଯାଇ ଅଲଗା ଅଲଗା ହୋଇଯାଇଥିଲେ ଏବଂ ନିଜ ନିଜ ଗାଡିରେ ବସି ସେଠାରୁ ଚାଲି ଯାଇଥିଲେ ।

କ୍ୟାଟରୀନା ଏବଂ ବିକ୍କିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି , ଯେଉଁଥିରେ ଦୁହେଁ ଗୋଟିଏ ଗେଟରୁ ବାହାରକୁ ଆସୁଥିବାର ନଜର ଆସିଥିଲେ ଏବଂ ପରେ ଅଲଗା ଅଲଗା ଗାଡିରେ ଯାଉଥିବାର ନଜର ଆସିଥିଲେ । ଏହି ଭିଡିଓ ପରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଥିବା ଖବର ଏବେ ଜୋର୍ ଧରିଛି ।

କିଛି ଦିନ ପୂର୍ବେ ଏକ ସାକ୍ଷାତକାରରେ ବିକ୍କି ଏହାକୁ ଗୁଜବ ବୋଲି ଦର୍ଶାଇଥିଲେ । ବିକ୍କି କହିଥିଲେ ଯେ ଯେତେବେଳେ ମୋର ଏବଂ କ୍ୟାଟରୀନାଙ୍କ ସହ ଥିବା ଅଫେୟାର ଖବର ଏକ ସମାଚାର ପତ୍ରରୁ ମିଳିଥିଲା ଯାହା ଏକ ଲିଙ୍କଅପ ଥିଲା । ଏହାକୁ ଦେଖି ମୋ ବାପା-ମା’ଙ୍କ ପ୍ରତିକ୍ରିୟା ମଧ୍ୟ ଆଶ୍ଚର୍ଯ୍ୟଜନକ ଥିଲା । ଯେତେବେଳେ ସକାଳେ ଉଠିଲେ ଏ ଖବର ତାଙ୍କ ବାପା-ମା ପଢିସାରିଥିଲେ ଏବଂ ଅପେକ୍ଷା କରିଥିଲେ ଯେ ସେ କେତେବେଳେ ଆସି ଖବର ପଢିବେ ବୋଲି ବିକ୍କି କହିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ କିଛି ଦିନ ରୁ ଖବର ଶୁଣିବାକୁ ମିଳୁଛି ଯେ ବିକ୍କି ଏବଂ କ୍ୟାଟରୀନା ଦୁହେଁ ଦୁହିଁଙ୍କୁ ଡେଟ କରୁଛନ୍ତି ମାତ୍ର ନିକଟ ବନ୍ଧୁ ମାନେ ଏହାକୁ ଗୁଜବ ବୋଲି କହିଛନ୍ତି । ସେମାନଙ୍କ କହିବା ମୁତାବକ ଦୁହେଁ କଳାକାର ଖୁବ ଭଲ ବନ୍ଧୁ ଅଟନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More