Only for Entertainment

ଏକ୍ସ ବୟଫ୍ରେଣ୍ଡ ଅଫେୟାର ଖବରକୁ ନେଇ ବିଚଳିତ କ୍ୟାଟ, ରଣବୀରଙ୍କ ମା’ଙ୍କୁ ଦେଖି କଲେ ଏଭଳି ପ୍ରତିକ୍ରିୟା !

Bonobology
0 78

ରଣବୀର କପୁର ଏବଂ ଆଲିୟା ଭଟ୍ଟଙ୍କ ଅଫେୟାର ସମ୍ପର୍କରେ ବଲିଉଡ ଜଗତରେ ଚର୍ଚ୍ଚା ଜୋର ଧରିଛି । ସମସ୍ତେ ଏହି ନୂଆ ଯୋଡିଙ୍କ କଥା କହୁଥିବା ବେଳେ ସେପଟେ କ୍ୟାଟରୀନା ରଣବୀର ଏବଂ ଆଲିୟାଙ୍କ ବଢୁଥିବା ସମ୍ପର୍କ ଖବରକୁ ନେଇ ବିଚଳିତ ହୋଇ ଉଠିଛନ୍ତି । ଯେତେବେଳେ କ୍ୟାଟରୀନା, ରଣବୀରଙ୍କ ଗର୍ଲଫ୍ରେଣ୍ଡ ଥିଲାବେଳେ ତାଙ୍କୁ ରଣବୀରଙ୍କ ପରିବାରରୁ ଭଲ ପାଇବା ମିଳି ନଥିଲା । ଯଦିଓ କ୍ୟାଟରୀନା ଋଷି କପୁରଙ୍କୁ ବାପା କହିବାର ଦେଖିବାକୁ ମିଳିଥିଲା । ସେହିପରି ନିତୁ କପୁର ଆଲିୟାଙ୍କୁ ଖୁବ ଭଲ ପାଉଛନ୍ତି ।

କିଛି ଦିନ ତଳେ କ୍ୟାଟରିନାଙ୍କ ସାମ୍ନା ହୋଇଛି ନିତୁ କପୁରଙ୍କ ସହ । ଏହି ସମୟରେ କ୍ୟାଟରିନା କିଛି ଏଭଳି ବ୍ୟବହାର କରିଥିଲେ ଯେଉଁ କାରଣରୁ ତାଙ୍କୁ ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡିଲା । ଏକ ରିପୋର୍ଟ ମୁତାବିକ କ୍ୟାଟରୀନା ଜୁହୁସ୍ଥିତ ସ୍ପୋର୍ଟ୍ସ ବାରରେ ଦବଙ୍କ ଟୁର ପାଇଁ ଅଭ୍ୟାସ କରୁଥିଲେ । ଠିକ୍ ସେହି ସମୟରେ ଏହି ବିଲ୍ଡିଂ ସ୍ଥିତ ଏକ ରେସ୍ତୋରାଁରେ ନୀତୁ କପୁର, ରୀମା ଜୈନ ଏବଂ ବରୁଣ ଧୱନଙ୍କ ମା ଲୀଲା ଜୈନଙ୍କ ସହ ଲଂଚ କରିବାଲାଗି ପହଂଚିଥିଲେ । ଖବର ମୁତାବିକ କ୍ୟାଟରୀନା ନୀତୁ କପୁରଙ୍କୁ ଲିଫ୍ଟରୁ ବାହାରୁ ଥିବା ଦେଖିବା କ୍ଷଣି ତୁରନ୍ତ ଭିତରକୁ ଚାଲି ଯାଇଥିଲେ ।

କ୍ୟାଟରୀନା ନିତୁଙ୍କ ସାମ୍ନାଙ୍କୁ ଆସିବା ପାଇଁ ଚାହାନ୍ତି ନାହିଁ ସେଥିପାଇଁ ସେ ଏଭଳି କରିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକ ଏହାକୁ ନୋଟିସ କଲେ ମାତ୍ର ନିତୁ ଏହାକୁ ନଜର ଅନ୍ଦାଜ ରେସ୍ତୋରାଁ ଭିତରକୁ ଚାଲିଗଲେ ।
ନୀତୁଙ୍କ ଯିବା କ୍ଷଣି ହିଁ କ୍ୟାଟରୀନା ସେଠାରେ ଗୋଟେ ମିନିଟ ବି ନରହି ଚାଲି ଯାଇଥିଲେ । ତଳେ ଥିବା ଫଟୋଗ୍ରାଫର ତାଙ୍କ ଫଟୋ ଉଠାଇବାକୁ ଚାହିଁବାରୁ ସେ ମନା କରିଦେଇଥିଲେ । ଏଥିରୁ ସ୍ପଷ୍ଟ ଜଣା ପଡୁଛି ଯେ କ୍ୟାଟରୀନା, ରଣବୀର ଏବଂ ଆଲିୟାଙ୍କ ସମ୍ପର୍କକୁ ନେଇ ଚିନ୍ତାରେ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More