Only for Entertainment

‘ଜିରୋ’ର ସୁଟିଂ ସେଟରୁ କ୍ୟାଟ୍ରିନାଙ୍କ ଲୁକ ଭାଇରାଲ, ବଧୂ ବେଶରେ ଆସିଲେ ନଜର

zeenews
0 40

ଶାହାରୁଖଙ୍କ ଫିଲ୍ମ ‘ଜିରୋ’କୁ ଦର୍ଶକ ଉତ୍ସୁକତାର ସହିତ ଅପେକ୍ଷା କରି ରହିଛନ୍ତି । କିଛି ଦିନ ପୂର୍ବେ ଫିଲ୍ମରେ କ୍ୟାଟ୍ରିନାଙ୍କ ଲୁକ ଲିକ ହୋଇଥିଲା । ବର୍ତ୍ତମାନ ପୁଣିଥରେ କ୍ୟାଟ୍ରିନାଙ୍କ ନୂଆ ଲୁକର ଫଟୋ ସମସ୍ତଙ୍କ ସାମ୍ନାକୁ ଆସିଛି । ଫଟୋରେ କ୍ୟାଟ୍ରିନା ଲାଲ ରଙ୍ଗର ବନାରସୀ ଶାଢୀରେ ଖୁବ ସୁନ୍ଦର ଦେଖାଯାଉଛନ୍ତି । କ୍ୟାଟ୍ରିନାଙ୍କ ଏହି ଲୁକ ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।


ଫିଲ୍ମରେ ଶାହାରୁଖ, କ୍ୟାଟ୍ରିନାଙ୍କ ସହିତ ଅନୁଷ୍କା ମଧ୍ୟ ନଜର ଆସିବେ । ‘ଜବ ତକ ହେ ଜାନ’ ପରେ ତିନି ଜଣଙ୍କୁ ଏକାଠି ଦେଖିବାକୁ ମିଳିବ । ଏହା ବ୍ୟତିତ ଅଭିନେତା ଅଭୟ ଦେଓଲଙ୍କୁ ମଧ୍ୟ ଏକ ସ୍ପେଶାଲ ଚରିତ୍ରରେ ନଜର ଆସିବେ ।

ସବୁଠାରୁ ଖାସ କଥା ହେଉଛି ଶାହାରୁଖ ଏହି ଫିଲ୍ମରେ ବାମନ ଭୂମିକାରେ ନଜର ଆସିବେ । ଶାହାରୁଖଙ୍କୁ ପ୍ରଥମଥର ପାଇଁ ଏହି ଭୂମିକାରେ ଦେଖିବାକୁ ମିଳିବ । ଶାହାରୁଖଙ୍କ ଏହି ଲୁକକୁ ରିଲିଜ କରାଯିବା ପରେ ଏହାକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ଏହି ଫିଲ୍ମ ୨୧ ଡିସେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More