Only for Entertainment

ଠଗ୍ସ ଅଫ୍ ହିନ୍ଦୁସ୍ତାନରେ କ୍ୟାଟ୍ରିନାଙ୍କ ଲୁକ ! ଫଟୋ ହେଲା ଲିକ୍ ।

youtube
0 56

ଚର୍ଚ୍ଚାରେ ବଲିଉଡ୍ ସୁନ୍ଦରୀ କ୍ୟାଟ୍ରିନା କୈଫ୍ । ଆଗାମି ଫିଲ୍ମ ଠଗ୍ସ ଅଫ୍ ହିନ୍ଦୁସ୍ତାନର ସୁଟିଂରେ ବ୍ୟସ୍ତ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ । ଫିଲ୍ମରେ ଅଭିନେତ୍ରୀ କ୍ୟାଟ୍ରିନାଙ୍କ ବେଶ ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳିବ । ଏକଥା ମୁଁ କହୁନି । ସୁଟିଂ ସେଟରୁ ଲିକ୍ ହୋଇଥିବା କ୍ୟାଟ୍ରିନାଙ୍କ କିଛି ଫଟୋଗ୍ରାଫ୍ସ ହିଁ ବୟାନ୍ କରୁଛି ଯେ, ଏହି ଅପକମିଂ ସିନେମାରେ କେତେ ଗର୍ଜିଅସ୍ ନଜର ଆସିବେ କ୍ୟାଟ୍ରିନା ।

ନିଜ ଆଗାମୀ ଫିଲ୍ମ ଠଗ୍ସ ଅଫ୍ ହିନ୍ଦୁସ୍ତାନରେ କ୍ୟାଟ୍ରିନାଙ୍କ ଲୁକ୍ସକୁ ନେଇ ବି-ଟାଉନ୍ରେ ଜବରଦସ୍ତ ଚର୍ଚ୍ଚା ହେବାରେ ଲାଗିଛି । ପୂର୍ବରୁ ଫିଲ୍ମର ସୁଟିଂ ସେଟ୍ରୁ ଅନେକ ଫଟୋ ଲିକ୍ ହୋଇଛି । ଯେଉଁଥିରେ କ୍ୟାଟ୍ରିନାଙ୍କ ଗର୍ଜିଅସ୍ ଅନ୍ଦାଜ ଦେଖିବାକୁ ମିଳିଛି । ଡ୍ୟାନ୍ସର କଷ୍ଟ୍ୟୁମ୍ ସହ ଡ୍ୟାନ୍ସ ସିକ୍ୱେନ୍ସ ପାଇଁ ସୁଟ୍ କରିବାରେ ନଜର ଆସିଥିଲେ କ୍ୟାଟ୍ରିନା । ଯାହା ପ୍ରଶଂସକଙ୍କ ଫିଲ୍ମ ଠଗ୍ସ ଅଫ୍ ହିନ୍ଦୁସ୍ତାନ ପାଇଁ ବ୍ୟାକୁଳତା ବଢାଇଦେଇଥିଲା ।

thugs of hindustn

କ୍ୟାଟ୍ରିନାଙ୍କ ଏହି ଲୁକ୍ ସହ ଆମିର୍ ଖାନ୍ ଓ ଅଭିନେତ୍ରୀ ଫାତିମା ସାନା ଶେଖଙ୍କ ଡ୍ୟାନ୍ସ ସିକ୍ୱେନ୍ସର କିଛି ଫଟୋ ବି ହୋଇଥିଲା ଭାଇରାଲ୍ । ହେଲେ ଏବେ ସୁଟିଂ ସେଟରୁ ଲିକ୍ ହୋଇଛି କାଟ୍ରିନାଙ୍କ ଆଉ କିଛି ଫଟୋଗ୍ରାଫ୍ସ । ଯେଉଁଥିରେ ହାଫ୍ ବ୍ରାଇଡାଲ୍ ଗେଟ୍ ଅପରେ ନଜର ଆସିଛନ୍ତି କ୍ୟାଟ୍ । ହେବି ଏମ୍ବ୍ରୋଡରି କୁର୍ତା ସହ ମଥାରେ ସିଂଥି, କୁନ୍ଦନର ହାର ଆଉ ହାତରେ ଚୁଡା । ଆଉ ଏହା ସହ ଟ୍ରାକ୍ ପ୍ୟାଂଟ୍ ଓ ଚପଲ୍ । ଏମିତି ଏକ ଡିଫରେଂଟ୍ ଗେଟ୍ଅପରେ କ୍ୟାଟଙ୍କୁ ଦେଖିବାକୁ ମିଳିଛି ସୁଟିଂ ସେଟରେ । ତେବେ କଣ ଏହି ଲୁକ୍ ସହ ପରଦାରେ ବି ନଜର ଆସିବେ କ୍ୟାଟ୍ରିନା । ସେ କଥା ତ ସମୟ କହିବ ।

ଫିଲ୍ମରେ ବିଗ୍ ବି ଅମିତାଭ୍ ବଚ୍ଚନ ବି ଏକ ପ୍ରମୁଖ ରୋଲରେ ନଜର ଆସିବେ । ଏବେ କେବଳ ଅପେକ୍ଷା ରହିଲା କେବେ ଆସିବ ପରଦାକୁ ଠଗ୍ସ ଅଫ୍ ହିନ୍ଦୁସ୍ତାନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More