Only for Entertainment

‘ସତ୍ତେ ପେ ସତ୍ତା’ ରିମେକ : ହ୍ରିତିକ-ଦୀପିକାଙ୍କ ମଝିରେ ଆସିଲେ ଏହି ସୁନ୍ଦରୀ, ପୁଣିଥରେ ‘ସୁପର ୩୦’ ଅଭିନେତାଙ୍କ ସହିତ କରିବେ ରୋମାନ୍ସ

bollywood life
43

ଗୋଟିଏ ପଟେ ବଲିଉଡ ଅଭିନେତା ହ୍ରିତିକ ରୋଶନ ଏବେ ନିଜ ଫିଲ୍ମ ‘ସୁପର ୩୦’ର ସଫଳତାକୁ ଏଞ୍ଜୟ କରୁଥିବା ବେଳେ ଅନ୍ୟପକ୍ଷରେ ତାଙ୍କର ଆଗାମୀ ଫିଲ୍ମ ‘ୱାର’ ର ଜବରଦସ୍ତ ଟିଜର ରିଲିଜ ହୋଇଛି । ଫିଲ୍ମର ଟିଜର ଦେଖିବା ପରେ ଫ୍ୟାନ୍ନସ ହ୍ରିତିକଙ୍କୁ ନେଇ ଖୁବ କ୍ରେଜି ଥିବା ନଜର ଆସିଛନ୍ତି । ଇତି ମଧ୍ୟରେ ହ୍ରିତିକଙ୍କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି ।

ନିକଟରେ ଶୁଣିବାକୁ ମିଳିଥିଲା ଯେ ଫରାହ ଖାନ ଏବଂ ରୋହିତ ଶେଟ୍ଟୀଙ୍କ ଆଗାମୀ ପ୍ରୋଜେକ୍ଟ ‘ସତ୍ତେ ପେ ସତ୍ତା’ର ରିମେକରେ ଲିଡ ରୋଲରେ ଅଭିନେତା ହ୍ରିତିକ ରୋଶନ ନଜର ଆସିବେ ଏବଂ ତାଙ୍କ ଅପୋଜିଟରେ ଅଭିନେତ୍ରୀ ଦୀପିକାଙ୍କୁ ଦେଖିବାକୁ ମିଳିବ । ଏହା ଶୁଣି ହ୍ରିତିକ ଏବଂ ଦୀପିକାଙ୍କ ଫ୍ୟାନ୍ସ ଖୁବ ଖୁସି ହୋଇଯାଇଥିଲେ । କିନ୍ତୁ ଏବେ ଖବର ଆସିଛି ଯେ ମେକର୍ସ ଏହି ଫିଲ୍ମ ପାଇଁ କ୍ୟାଟ୍ରିନା କୈଫଙ୍କୁ ନେବା ପାଇଁ ଫାଇନାଲ କରିଛନ୍ତି ।

ବ୍ୟାଙ୍ଗ ବ୍ୟାଙ୍ଗ ପରେ ହ୍ରିତିକ ଏବଂ କ୍ୟାଟ୍ରିନା ଏହି ଫିଲ୍ମରେ ଏକା ସହିତ ନଜର ଆସିବେ । କହିରଖୁଛୁ ଯେ, ଫିଲ୍ମ ‘ସତ୍ତେ ପେ ସତ୍ତା’ରେ ଲିଡ ରୋଲରେ ଅଭିନେତା ଅମିତାଭ ବଚ୍ଚନ ଏବଂ ଅଭିନେତ୍ରୀ ହେମା ମାଳିନୀଙ୍କବୁ ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More