Only for Entertainment

ରଣବୀର କପୁର ଏବଂ ଆଲିୟା ଭଟ୍ଟଙ୍କ ସମ୍ପର୍କ ଉପରେ କ୍ୟାଟରୀନା ଏଭଳି ଦେଲେ ପ୍ରତିକ୍ରିୟା, ସେୟାର କଲେ ଏହି ପୋଷ୍ଟ ।

zeenews
0 86

ବଲିଉଡ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିୟା ଭଟ୍ଟ ଖୁବ ଶୀଘ୍ର ଫିଲ୍ମ ବ୍ରହ୍ମାସ୍ତ୍ରରେ ଏକାସାଙ୍ଗେ ନଜର ଆସିବେ ଏବଂ ଏହାମଧ୍ୟରେ ଦୁହିଁଙ୍କ ମଧ୍ୟରେ ଥିବା ସମ୍ପର୍କର ଚର୍ଚ୍ଚା ଜୋର ଧରିଛି । ମାତ୍ର ଦୁହିଁଙ୍କ ତରଫରୁ ସମ୍ପର୍କକୁ ନେଇ କୌଣସି ସଠିକ ମତ ନ ଆସିଥିବା ବେଳେ ବଲିଉଡ ଦୁନିଆରେ ଏହାର ଚର୍ଚ୍ଚା ଚାରିଆଡେ ବ୍ୟାପିବାରେ ଲାଗିଛି । ଯାହାପରେ ଦେଖିବାକୁ ମିଳିଛି କ୍ୟାଟରୀନା ମଧ୍ୟ ଏହି ସମ୍ପର୍କକୁ ମୋହର ଲଗାଇ ଦେଇଛନ୍ତି । ଅସଲ କଥା ହେଲା କିଛି ସମୟ ପୂର୍ବରୁ କ୍ୟାଟ ତାଙ୍କ ସୋସିଆଲ ଆକାଉଂଟ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ସେୟାର କରିଛନ୍ତି ।

କ୍ୟାଟରୀନା ତାଙ୍କ ଉନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି ଯେ ସେ ଏହା ଉପରୋ ସେବେ ଭରସା କରିବେ ଯେବେ ସେ ତାଙ୍କ ଆଖିରେ ଦେଖିବେ କିମ୍ବା ସେବେ ଦେଖିବେ ଯେବେ ଭରସା କରିବେ । ଯଦିଓ ଏଥିରେ ସେ କାହାର ନାଁ ଜଣାଇ ନାହାନ୍ତି ଏବଂ ଏହି କାରଣରୁ ଅନୁମାନ ଲଗାଯାଉଛି ଯେ ଏହି ପୋଷ୍ଟ ଆଲିୟା ଏବଂ ରଣବୀର କପୁରଙ୍କ ସମ୍ପର୍କ ଆଡକୁ ଇଶାରା କରୁଛି ।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ କ୍ୟାଟରୀନା ଏବଂ ରଣବୀରଙ୍କର ଆଗରୁ ସମ୍ପର୍କ ଥିଲା ଏବଂ କ୍ୟାଟ ଆଲିୟାଙ୍କର ବେଷ୍ଟ ଫେଣ୍ଡ ଅଟନ୍ତି । କ୍ୟାଟରୀନା ଏବଂ ଆଲିୟାଙ୍କୁ କିଛି ଦିନ ତଳେ ନେହା ଧୁପିଆଙ୍କ ଟକ ସୋ’ରେ ଦେଖିବାକୁ ମିଳିଥିଲା । ସେହିଭଳି କିଛି ଦିନ ପୂର୍ବେ ରଣବୀର କପୁର ମଧ୍ୟ ଆଲିୟାଙ୍କ ସହ ଥିବା ସମ୍ପର୍କ ବିଷୟରେ କିଛି ସଠିକ ଉତ୍ତର ଦେଇନଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More