Only for Entertainment

ସଲମାନ ତ ମୋତେ ଫିଲ୍ମ ସାଇନ କରିବା ପରେ କଲ ମଧ୍ୟ କଲେ ନାହିଁ: କ୍ୟାଟ୍ରିନା କୈଫ ।

bollywood tadka
28

ବଲିଉଡ ସୁଲତାନ ସଲମାନ ଖାନ ଏବେ ଖୁବ ଚର୍ଚ୍ଚାରେ । ଯେପରିକି ଆପଣ ଜାଣିଥିବେଯେ ସଲମାନଙ୍କ ଫିଲ୍ମ ଭାରତରେ କ୍ୟାଟ୍ରିନା କୈଫ ନଜର ଆସିବେ । ଏହି ଫିଲ୍ମ ପୂର୍ବରୁ ପ୍ରିୟଙ୍କା ଚେପ୍ରାଙ୍କୁ ଫାଇନାଲ କରାଯାଇଥିଲା, କିନ୍ତୁ ବ୍ୟକ୍ତିଗତ କାରଣରୁ ପ୍ରିୟଙ୍କା ଏହି ଫିଲ୍ମ ଛାଡ଼ି ଦେଇଥିଲେ । ଯାହାପରେ ଏହି ଫିଲ୍ମ କ୍ୟାଟ୍ରିନାଙ୍କୁ ମିଳିଲା ।

ଏବେ ଏହି ଖବରରେ ଚିଡ଼ି ଯାଇ ମୁହଁ ଖୋଲିଛନ୍ତି କ୍ୟାଟ୍ରିନା । ଏକ ଇଂଟରଭ୍ୟୁରେ କ୍ୟାଟ୍ରିନାଙ୍କୁ ପ୍ରିୟଙ୍କାଙ୍କ ସ୍ଥାନରେ ରିପ୍ଲେସ କରିବା କଥା ପଚରାଯିବାରୁ ସେ କହିଛନ୍ତିଯେ ଅଲି ଅବାସ ଜଫର ଏବଂ ମୋର ଭଲ ବନ୍ଧୁତା ଅଛି । ଏବଂ କଥା ଯେତେବେଳେ କାମକୁ ନେଇ କରାଯାଏ ଆମେ ଖୁବ ସଚ୍ଚୋଟ । ଏଥିପାଇଁ ସଲମାନ ଏବଂ ଅଲି ଅବାସଙ୍କ ମଧ୍ୟରେ କୌଣସି କନେକ୍ସନ ନାହିଁ । ମୁଁ ସ୍କ୍ରିପ୍ଟକୁ ତିନି ଘଂଟା ପଢିବା ପରେ କହିଥିଲିଯେ ହଁ ମୋତେ ଏହି କାହାଣୀ ପସନ୍ଦ ଆସିଲା, କାରଣ ଏହା ମୋତେ ଆଗକୁ ବଢିବାକୁ ସାହାଯ୍ୟ କରିବ ।

ଏହା ସହିତ କ୍ୟାଟ୍ରିନା ଆଉ ଏକ କଥାର ଖୁଲାସାକରିଛନ୍ତି । ଯେଉଁଥିରେ ସେ କହିଛନ୍ତିଯେ ଫିଲ୍ମ ସାଇନ କରିବା ପରେ ସଲମାନ ମୋତେ ଥରେ ମଧ୍ୟ କଲ କରିନାହାଁନ୍ତି । ଆମେ ସିଧାସଳଖ ଫିଲ୍ମ ସୁଟିଂ ସେଟରେ ଦେଖା ହୋଇଥିଲୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More