Only for Entertainment

ହଲିଉଡ ଫିଲ୍ମ କରିବାକୁ ନେଇ ପ୍ରଶ୍ନ କରିବାରୁ କ୍ୟାଟ୍ରିନା ଦେଲେ ଏହି ଉତ୍ତର

google
24

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଅଭିନେତା ସଲମାନ ଖାନଙ୍କ ଷ୍ଟାରର ଫିଲ୍ମ ‘ଭାରତ’ ଏବେ ବକ୍ସ ଅଫିସରେ ଛାଇ ରହିଛି । ଫିଲ୍ମରେ କ୍ୟାଟ୍ରିନା ନିଜର ଦମଦାର ଅଭିନୟ ବଳରେ ସମସ୍ତଙ୍କର ଧ୍ୟାନ ନିଜ ଆଡକୁ ଆକର୍ଷିତ କରିଛନ୍ତି ।

କହିରଖୁଛୁ ଯେ, କ୍ୟାଟ୍ରିନା ୧୫ ବର୍ଷରୁ ଅଧିକ ସମୟ ବଲିଉଡରେ କାମ କରିସାରିଲେଣି । କ୍ୟାଟ୍ରିନା କହିଛନ୍ତି ସେ ଯେବେଠାରୁ ସେ ଏହି ଇଣ୍ଡଷ୍ଟ୍ରୀରେ ପାଦ ରଖିଛନ୍ତି ସେବେଠାରୁ ସେ କେବେ ବିଦେଶର ବୋଲି ଅନୁଭବ କରି ନାହାଁନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ସେ ଇଣ୍ଡଷ୍ଟ୍ରୀରେ ପାଦ ଦେବା ଠାରୁ ସେ ଏହି ଇଣ୍ଡଷ୍ଟ୍ରୀର ଅଂଶ ହୋଇସାରିଛନ୍ତି । କ୍ୟାଟ୍ରିନା କହିଛନ୍ତି ସେ ତେଲଗୁ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଏବଂ କାମ କରିବା ସମୟରେ ଭାଷା ସହିତ ତାଙ୍କର କୌଣସି ସମସ୍ୟା ହୁଏ ନାହିଁ ।

ଏକ ଇଣ୍ଟରଭ୍ୟୁରେ ଯେବେ କ୍ୟାଟ୍ରିନାଙ୍କୁ ପଚରାଗଲା ଯେ ସେ ହଲିଉଡ ଫିଲ୍ମରେ କାମ କରିବାକୁ ଚାହାଁନ୍ତି କି ? ଏହାର ଉତ୍ତର ଦେଇ କ୍ୟାଟ୍ରିନା କହିଥିଲେ ଯଦି କାଲି ମେତେ କୌଣସି ଫିଲ୍ମ ମିଳେ ତେବେ ଏହାର ଶ୍ରେୟ ସୋସିଆଲ ମିଡିଆକୁ ଯିବ ଏବଂ ଫିଲ୍ମ ମିଳିଲେ ମୁଁ ହଲିଉଡ ଫିଲ୍ମ ମଧ୍ୟ କରିବା ପାଇଁ ଚାହିଁବି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More