Only for Entertainment

୧୪ ବର୍ଷ ପୂର୍ବରୁ ଏଭଳି ଦେଖା ଯାଉଥିଲେ କ୍ୟାଟ୍ରିନା କୈଫ

aajtak
72

ଭାଇରାଲ ହେଉଛି କ୍ୟାଟ୍ରିନା କୈଫଙ୍କ କିଛି ପୁରୁଣା ଫଟୋ । ଫଟୋଟି ୨୦୦୫ ମସିହାର । ଯାହା ତେଲୁଗୁ ଫିଲ୍ମ ‘ଆଲାରି ପିଡୁଗୁ’ର । ଫଟୋରେ ସେ ପିଙ୍କ ଡ୍ରେସରେ କ୍ୟାମେରାରେ ପୋଜ ଦେଉଥିବାର ନଜର ଆସିଛନ୍ତି । ଫଟୋକୁ ଦେଖିଲେ ଜଣାପଡ଼ୁଛି କ୍ୟାଟ୍ରିନାଙ୍କ ଲୁକ ଖୁବ ବଦଳି ଯାଇଛି । ତେବେ ଏହି ଫଟୋ ତାଙ୍କ ସୁଟିଂ ସେଟର ।

 

କହିରଖୁଛୁ କ୍ୟାଟ୍ରିନା କୈଫ କୈଜାଦ ଗୁସ୍ତାଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ବୁମ’ରେ ଡେବ୍ୟୁ କରିଥିଲେ, ଯାହା ୨୦୦୩ରେ ରୂପେଲି ପରଦାରେ ରିଲିଜ ହୋଇଥିଲା । ଏହି ଫିଲ୍ମରେ ଗୁଲସନ ଗ୍ରୋଭର, ଜ୍ୟାକି ସ୍ରଫ ଏବଂ ଅମିତାଭ ବଚ୍ଚନଙ୍କ ଭଳି ତାରକା ଅଭିନୟ କରିଥିଲେ । ଅବଶ୍ୟ ଏହା ବକ୍ସ ଅଫିସରେ କମାଲ କରିପାରି ନଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More