Only for Entertainment

ସଲମାନଙ୍କୁ ବିବାହ ପାଇଁ ପ୍ରପୋଜ କଲେ କ୍ୟାଟ୍ରିନା, ଦେଖନ୍ତୁ ସଲମାନଙ୍କ ପ୍ରତିକ୍ରିୟା ।

www.thenews.com.pk
65

ଆସନ୍ତା ଇଦ ଉପଲକ୍ଷେ ସଲମାନଙ୍କ ଫିଲ୍ମ ଭାରତ ରିଲିଜ ହେବାକୁ ଯାଉଛି । ଫିଲ୍ମର ପ୍ରମୋଶନ ମଧ୍ୟ ଖୁବ ଜୋରଦାର ଭାବରେ ଆରମ୍ଭ କରି ସାରିଲେଣି ଭାଇଜାନ ।କେବଳ ସେତିକି ନୁହେଁ ଫିଲ୍ମ ପ୍ରମୋଶନ ପ୍ରିୟଙ୍କା ମଧ୍ୟ କରନ୍ତୁ ଏହା ଦବଙ୍ଗ ଖାନଙ୍କ ଇଛା । ତେବେ କ୍ୟାଟ୍ରିନା ଏବଂ ସଲମାନ ଉଭୟ ଫିଲ୍ମର ପ୍ରମୋଶନରେ ଲାଗି ପଡ଼ିଛନ୍ତି । ଏହି ମଧ୍ୟରେ ଫିଲ୍ମର ନିର୍ଦ୍ଦେଶକ ଅଲି ଅବାସ ଜଫର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଯେଉଁଥିରେ କ୍ୟାଟ୍ରିନା ସଲମାନଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଉଛନ୍ତି । କିନ୍ତୁ ସଲମାନ କ୍ୟାଟ୍ରିନାଙ୍କ ପ୍ରସ୍ତାବ ଶୁଣି ହଠାତ୍‌ କିଛି କହି ପାରୁ ନାହାନ୍ତି ।

 

ଭିଡିଓରେ କ୍ୟାଟ୍‌ ସଲାମାନଙ୍କୁ, “ମୋର ବିବାହ କରିବାର ବୟସ ହୋଇଗଲାଣି ଏବଂ ମୋତେ ତୁମେ ଭଲ ଲାଗୁଛ । ତା’ହେଲେ କୁହ ବିବାହ କେବେ କରିବ?” ବୋଲି ପଚାରୁଛନ୍ତି । ଏହା ଶୁଣି ମ୍ୟାଡାମ୍‌ ସାର୍‌, ମ୍ୟାଡାମ୍‌ ସାର୍‌ କହି ଲାଜେଇ ଯାଉଛନ୍ତି ସଲମାନ । ଭିଡିଓଟି ଫିଲ୍ମ ‘ଭାରତ’ର ଏକ ଅଂଶ ବୋଲି ଜଣା ପଡ଼ିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More