Only for Entertainment

‘କେବିସି ୧୧’ ପ୍ରୋମୋରେ ନୂଆ ଅନ୍ଦାଜ ଏବଂ ନୂଆ ଚିନ୍ତାଧାରା ସହିତ ନଜର ଆସିଲେ ଅମିତାଭ ବଚ୍ଚନ

ndtv
33

ଅମିତାଭ ବଚ୍ଚନ ଏବଂ କୌନ କନେଗା କରୋଡପତିର ଫ୍ୟାନଙ୍କ ପାଇଁ ଖୁସି ଖବର । ମହାନାୟକ ଅମିତାଭ ବଚ୍ଚନ ‘କେବିସି’ର ନୂଆ ପ୍ରୋମୋ ସହିତ ପୁଣିଥରେ ଦର୍ଶକଙ୍କ ସାମ୍ନାକୁ ଆସିଛନ୍ତି । ନିକଟରେ ସୋନି ଟିଭିରେ ‘କେବିସି’ର ନୂଆ ପ୍ରୋମୋକୁ ରିଲିଜ କରାଯାଇଛି । ଏହି ପ୍ରୋମୋରେ ବିଗ ବି ନୂଆ ଅନ୍ଦାଜ ଏବଂ ନୂଆ ଚିନ୍ତାଧାରା ସହିତ ନଜର ଆସିଛନ୍ତି ।

ଏହା ସହିତ କେବିସିର ପ୍ରୋମୋରେ ଅମିତାଭ ବଚ୍ଚନ ସମାଜର ବିଭିନ୍ନ ପରିସ୍ଥିତି ବିଷୟରେ ମଧ୍ୟ କୁହୁଥିବାର ଦେଖିବାକୁ ମିଳିଛି । ଅଗଷ୍ଟରୁ ଆରମ୍ଭ ହେବାକୁଥିବା ଏହି ଶୋ’ ଟେଲିକାଷ୍ଟ ହେବା ପୂର୍ବରୁ ଏହାର ପ୍ରୋମୋ ଦର୍ଶକଙ୍କ ମଧ୍ୟରେ ଛାଇ ଯାଇଛି ।

ବଲିଉଡ ପ୍ରସିଦ୍ଧ କଳାକାର ଅମିତାଭ ବଚ୍ଚନ କେବିସିର ନୂଆ ପ୍ରୋମୋକୁ ନିଜ ଟ୍ୱିଟ ହ୍ୟାଣ୍ଡଲରେ ସେୟାର କରିଛନ୍ତି । ପ୍ରୋମୋ ଭିଡିଓକୁ ସେୟାର କରି ଅମିତାଭ ବଚ୍ଚନ କ୍ୟାପସନରେ ଲେଖିଛନ୍ତି, ‘ଅଗଷ୍ଟରେ କେବିସି ସହିତ ପୁଣି ଥରେ ଫେରୁଛି । ଏହା ସିଜିନ ୧୧ ସେଥିପାଇଁ ମୋ ସହିତ ଆସି ଶୋ କୁ ଭଲ ପାଇବା ଦିଅନ୍ତୁ ।’

କହିରଖୁଛୁ ଯେ, ‘କୌନ ବନେଗା କରୋଡପତି’ ଜରିଆରେ ଅମିତାଭ ବଚ୍ଚନ ଟିଭି ଏବଂ ଫିଲ୍ମ ଦୁନିଆରେ ନିଜର ଏକ ନୂଆ ସ୍ତର ସୃଷ୍ଟି କରିଥିଲେ । ଏହି ଶୋ’ ୨୦୦୦-୦୧ରେ ଆରମ୍ଭ ହୋଇଥିଲା । ଅମିତାଭ ବଚ୍ଚନ ଏପର୍ଯ୍ୟନ୍ତ ଶୋ’ର ୯ଟି ସିଜିନକୁ ହୋଷ୍ଟ କରିଛନ୍ତି । ଚଳିତ ସିଜିନକୁ ମଧ୍ୟ ଅମିତାଭ ବଚ୍ଚନ ହିଁ ହୋଷ୍ଟ କରିବେ । ଶୋ’ର ତୃତୀୟ ସିଜିନକୁ ଶାହରୁଖ ଖାନ ହୋଷ୍ଟ କରିଥିଲେ କିନ୍ତୁ ଏହା ସଫଳ ହୋଇପାରିଲା ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More