Only for Entertainment

ଅଗଷ୍ଟରୁ ଅନ ଏୟାର ହେବ ‘କୌନ ବନେଗା କରୋଡପତି-୧୧’, ଜାଣନ୍ତୁ କେବେ ଠାରୁ ଆରମ୍ଭ ହେବ ରେଜିଷ୍ଟ୍ରେସନ ପ୍ରକ୍ରିୟା

NewsBudy
29

ଟିଭି ଦୁନିଆର ସବୁଠାରୁ ଚର୍ଚ୍ଚିତ ଶୋ କୌନ ବନେଗା କରୋଡପତିର ନୂଆ ସିଜିନ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ରିପୋର୍ଟ ଅନୁସାରେ ଅଗଷ୍ଟ ମାସରୁ ଏହି ଶୋ’ ଅନ ଏୟାର ହେବ । କିନ୍ତୁ କେବିସି ଅନ ଏ ୟାର ହେବା ସହିତ ସୋନି ଟିଭିର ଏକ ଖାସ ଶୋ’ ଅଫ ଏୟାର ହେବ । ତିନି ସାଙ୍ଗଙ୍କ ଜୀବନକୁ ନେଇ ପ୍ରସାରିତ ହେଉଥିବା ଶୋ’ ଲେଡିଜ ସ୍ପେଶାଲ ଅଫ ଏୟାର ହେବା ପରେ ଏହା ସ୍ଥାନରେ କେବିସି ପ୍ରସାରିତ ହେବ ।

କହିରଖୁଛୁ ଯେ, କେବିସି-୧୧ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ୧ ମଇରୁ ଆରମ୍ଭ ହେବ । ସୋନି ଟିଭିରେ ଏହି ନୂଆ ସିଜିର ପ୍ରମୋ ମଧ୍ୟ ଆରମ୍ଭ ହୋଇ ସାରିଛି । କେବିସିର ଶୋ’ ଟାଇମ ରାତି ୯-୧୦ ରହିବ । ସୋନି ଟିଭିର ଅଫିସିଆଲ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଶୋ’ର ପ୍ରମୋକୁ ମଧ୍ୟ ସେୟାର କରାଯାଇଛି ଯେଉଁଥିରେ ଅମିତାଭ ବଚ୍ଚନ ରେଜିଷ୍ଟ୍ରେସନ ତାରିଖ ବିଷୟରେ କହୁଥିବାର ଶୁଣିବାକୁ ମିଳିଛି । କେବିସିର ନୂଆ ସିଜିନକୁ ମଧ୍ୟ ପୂର୍ବ ଭଳି ଅମିତାଭ ବଚ୍ଚନ ହୋଷ୍ଟ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More