Only for Entertainment

ରିଲିଜ ହେଲା ‘କେବିସି-୧୦’ର ପ୍ରମୋ, ଡବଲ ରୋଲରେ ନଜର ଆସିଲେ ବିଗ ବି

Catch Hindi
0 37

ସୋନି ଟିଭିରେ ପ୍ରସାରିତ ପ୍ରସିଦ୍ଧ ଶୋ’ ‘କୌନ ବନେଗା କରୋଡପତି’ର ୧୦ମ ସିଜିନ ସହିତ ଟିବି ପରଦାକୁ ଫେରୁଛନ୍ତି ବଲିଉଡର ମହାନାୟକ ଅମିତାଭ ବଚ୍ଚନ । ଶୋ’ ପାଇଁ ୬ ଜୁନ ରାତି ୮.୩୦ ମିନିଟରେ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହେବ । ନିକଟରେ ଶୋ’ର ପ୍ରମୋ ଭିଡିଓ ରିଲିଜ କରାଯାଇଛି । ଏହି ଭିଡିଓରେ ଅମିତାଭ ବଚ୍ଚନ ଡବଲ ରୋଲରେ ନଜର ଆସିଛନ୍ତି । ଭିଡିଓରେ ଅମିତାଭ ଶୋ’ର ଥିମ ସଙ୍ଗ ଗାଉଥିବାର ଦେଖିବାକୁ ମିଳିଛି ।

ଏହି ଭିଡିଓକୁ ସୋନି ଟିଭିର ଫେସବୁକ ପେଜରେ ଅପଲୋଡ କରାଯାଇଛି । ଏହି ଶୋ’ ଅଗଷ୍ଟରେ ରିଲିଜ ହେବ । ଏହା ସହିତ କେବିସିର ଏହ ସିଜିନରେ ୩୦ ଟି ଏପିସୋଡ ପ୍ରସାରଣ ହେବ । ୨୦୦୦ ମସିହାରେ ଆରମ୍ଭ ହୋଇଥିବା ଏହି ଟିଭି ଶୋ’ର ଟିଆରପି ମଧ୍ୟ ଖୁବ ଜବରଦସ୍ତରେ ରହିଥାଏ ।

ଶୋ’ରେ ଭାଗ ନେବା ପାଇଁ ୬ ଜୁନରୁ ବିଗ ବି ପ୍ରତ୍ୟେକ ଦିନ ରାତି ୮.୩୦ ମିନିଟରେ ଟିଭିରେ ଦର୍ଶକଙ୍କୁ ଏକ ପ୍ରଶ୍ନ କରିବେ । ଗେମ ଶା’ରେ ଭାଗ ନେବା ପାଇଁ ଦର୍ଶକ ଏହି ପ୍ରଶ୍ନର ଉତ୍ତର ଦେଇ ନାମ ପଞ୍ଜୀକରଣ କରିପାରିବେ । ପ୍ରଶ୍ନର ଉତ୍ତର ଏସଏମଏସ, ଆଇଭିଆରଏସ ବ୍ୟତିତ ସୋନି ଲିଭ ଆପ ଜରିଆରେ ମଧ୍ୟ ଦେଇପାରିବେ । ନାମ ପଞ୍ଜିକରଣ ପ୍ରକ୍ରିୟା ୨୦ ଜୁନ ପର୍ୟ୍ୟନ୍ତ ଚାଲିବ । ପୂର୍ବ ସିଜିନ ପରି ଏହି ସିଜିନରେ ମଧ୍ୟ କିଛି ପରିବର୍ତ୍ତନ କରାଯିବ । ଶୋ’ର ପ୍ରଯୋଜକ ସିଦ୍ଧାର୍ଥ ବାସୁ ଏହି ସିଜିନକୁ ଛୋଟ କରିବା ପାଇଁ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More