Only for Entertainment

ପ୍ରଥମଥର ପାଇଁ ଡବଲ ରୋଲରେ ନଜର ଆସିବେ ଓଲିଉଡର ଏହି ନାୟିକା ।

Odisha Buzz
0 50

ଓଲିଉଡର ଜଣେ ନାୟିକା ହେଲେ କାବ୍ୟା କିରଣ । ସେ ଏଯାଏଁ କେବଳ ଗୋଟିଏ ଓଡ଼ିଆ ଚଳଚ୍ଚିତ୍ରରେ ନାୟିକା ଭୂମିକାରେ ନଜର ଆସିଛନ୍ତି । ୨୦୧୪ରେ ରିଲିଜ ହୋଇଥିବା ଥ୍ରିଡି ଓଡ଼ିଆ ସିନେମା ‘କାଉଁରୀ କନ୍ୟା’ ରେ ପରଦାକୁ ଆସିଥିଲେ କାବ୍ୟା । ସୌମ୍ୟରଞ୍ଜନ ସାହୁଙ୍କ ନିର୍ଦ୍ଦେଶିତ ଏହି ସିନେମାରେ କାବ୍ୟା କିରଣଙ୍କ ଅଭିନୟ ବି ବେଶ ପ୍ରଭାବଶାଳୀ ଥିଲା ।

kavya

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସୌମ୍ୟରଞ୍ଜନ ସାହୁ, ଅର୍ଦ୍ଦେନ୍ଦୁ ଓ ପାୟଲ ଭୂୟାଁ ପ୍ରମୁଖଙ୍କୁ ବି ଦେଖିବାକୁ ମିଳିଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ । ‘କାଉଁରୀ କନ୍ୟା’ ରିଲିଜ ହେବା ବେଳକୁ କାବ୍ୟା କିରଣ ବଲିଉଡକୁ ଯାଇସାରିଥିଲେ । ସେଠି ସେ ରାମରତନ, ରଙ୍ଗ-ଏ-ଇଶ୍କ ଭଳି ହିନ୍ଦୀ ସିନେମାରେ କାମ କରିବାରେ ସୁଯୋଗ ପାଇଥିଲେ । ତେବେ ତା ଭିତରେ କାବ୍ୟା ଅନ୍ୟ ଏକ ଓଡ଼ିଆ ସିନେମା ‘ପ୍ରେମ ହୁଏ ଚୋରି ଚୋରି’ରେ ବି କାମ କରିଥିଲେ । ସୌମ୍ୟରଞ୍ଜନ ସାହୁଙ୍କ ନିର୍ଦ୍ଦେଶିତ ଏହି ରୋମାଣ୍ଟିକ ଫିଲ୍ମ ଏଯାଏଁ ରିଲିଜ ହୋଇନାହିଁ । ତେଣୁ କାବ୍ୟା କିରଣ ଇତିମଧ୍ୟରେ ଅନ୍ୟ ଏକ ଓଡ଼ିଆ ସିନେମାରେ ନାୟିକା ଭୂମିକା ନିଭାଇଛନ୍ତି । ଏହି ସିନେମାର ଟାଇଟଲ ହେଲା ‘ରହସ୍ୟ’ । ନବାଗତ ବିଘ୍ନେଶ୍ୱର ପଣ୍ଡା ଏହାର ନିର୍ଦ୍ଦେଶକ । ‘ରହସ୍ୟ’ ରେ ପ୍ରଥମ ଥର ପାଇଁ କାବ୍ୟା କିରଣ ଡବଲ ରୋଲରେ ନଜର ଆସିବେ ।

rahasya

ଏହି ସିନେମାରେ ଗୋଟିଏ ଭୂମିକାରେ କାବ୍ୟା ଜଣେ ରାଜକୁମାରୀ ଇନ୍ଦୁମତୀ ଓ ଅନ୍ୟଟିରେ କଲେଜ ପଢୁଆ ଯୁବତୀ ଶ୍ରୁତି ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନବାଗତ ତୁଷାର, ଅଙ୍କିତା ମହାନ୍ତି, ଗୁଲୁ ମାଇକେଲ ଓ ଅବକାଶ ମିଶ୍ର ଏବଂ ବିଘ୍ନେଶ୍ୱର ପଣ୍ଡା ପ୍ରମୁଖ ଅଭିନୟ କରିଛନ୍ତି । ନିହାର- ଶାନ୍ତନୁ ଏହାର ସଙ୍ଗୀତ ନିର୍ଦ୍ଦେଶକ । ଶାନ୍ତନୁ ଓ ନାରାୟଣ ସାହୁ ଏହି ଫିଲ୍ମର ପ୍ରଯୋଜନା କରିଛନ୍ତି । ବି ଚନ୍ଦନ କୁମାର ସଂଳାପ ଲେଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More