Only for Entertainment

ପୁଣିଥରେ ବିବାଦରେ ଫିଲ୍ମ ‘କେଦାରନାଥ’, ସାରାଙ୍କ ଉପରେ ରୁଜୁ ହେଲା କେସ

AajTak
0 50

ଫିଲ୍ମ ‘କେଦାରନାଥ’ର ବିବାଦ କମିବାର ନାଁ ନେଉନାହିଁ । କ୍ରିଆର୍ଜ ଏଣ୍ଟରଟେନମେଣ୍ଟ ସହିତ କାନୁନ ବିବାଦରେ ଛନ୍ଦି ହେବା ପରେ ଏବେ ଫିଲ୍ମକୁ ନେଇ ନଆ ମାମଲା ସମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ଫିଲ୍ମର ନିର୍ଦ୍ଦେଶକ ଅଭିଷେକ କପୁର ଫିଲ୍ମର ଲିଡ ଅଭିନେତ୍ରୀ ସାରା ଅଲୀ ଖାନଙ୍କୁ କୋର୍ଟ ପରିଷରକୁ ଟାଣି ନେଇଛନ୍ତି । ଅଭିନେତା ସୈଫ ଅଲୀ ଖାନଙ୍କ ଝିଅ ସାରା ଅଲୀ ଖାନଙ୍କର ଏହା ପ୍ରଥମ ଫିଲ୍ମ ହୋଇଥିବା ବେଳେ ସେ ସୁଶାନ୍ତ ସିଂ ରାଜପୁତଙ୍କ ବିପକ୍ଷରେ ନଜର ଆସିବେ ।

ଖବର ଅନୁସାରେ ସାରା ଗତ ବର୍ଷ ସେପ୍ଟେମ୍ବରରେ ଫିଲ୍ମ ‘କେଦାରନାଥ’ ପାଇଁ କଂଣ୍ଟ୍ରାକ୍ଟ ସାଇନ କରିଥିଲେ । ଏବଂ ସେତେବେଳେ ସାରା କହିଥିଲେ ସେ ସମସ୍ତ ଡେଟରେ ସୁଟିଂ ପାଇଁ ଉପଲବ୍ଧ ରହିବେ । କିନ୍ତୁ ନିକଟରେ ଯେତେବେଳେ ସାରାଙ୍କୁ କୁହାଗଲା ସୁଟିଂ ଜୁଲାଇରେ ହେବ ଏହପରେ ସାରାଙ୍କ ମ୍ୟାନେଜର ଫିଲ୍ମ ନିର୍ମାତାଙ୍କୁ କହିଥିଲେ ସାରା ଜୁଲାଇରେ ଉପଲବ୍ଧ ହେବେ ନାହିଁ । କାରଣ ସେ ଜୁଲାଇରେ ରଣବୀର ସିଂଙ୍କ ଫିଲ୍ମ ସିମ୍ବାର ସୁଟିଂରେ ବ୍ୟସ୍ତ ରହିବେ ।

ଏହାକୁ ନେଇ ନିର୍ଦ୍ଦେଶକ ଅଭିଷେକ କପୁର ଚାହୁଁଛନ୍ତି କୋର୍ଟ ଏହାର ସମାଧାନ କରନ୍ତୁ ଏବଂ ସାରାଙ୍କୁ ବୁଝାନ୍ତୁ ସେ ଏହି ଫିଲ୍ମର ସୁଟିଂ ସମୟରେ ଅନ୍ୟ ଫିଲ୍ମର ସୁଟିଂ ନ କରନ୍ତୁ । ଏହା ସହିତ ସେ କଂଣ୍ଟ୍ରାକ୍ଟ ଭାଙ୍ଗିବା ଏବଂ କ୍ଷତି ପୂରଣ ପାଇଁ ୫ କୋଟି ଟଙ୍କା ଜୋରିମନା ମଧ୍ୟ ମାଗିଛନ୍ତି । କହିରଖୁଛୁ ଯେ ଅଭିଷେକ କପୁରଙ୍କ ଏହି ଫିଲ୍ମ ଦୁଇ ତିର୍ଥଯାତ୍ରୀଙ୍କ ପ୍ରେମ କାହାଣୀକୁ ଉପରେ ଆଧାରିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More