Only for Entertainment

ସିମ୍ବା’ ପୂର୍ବରୁ ଧମାଲ ମଚାଇବା ପାଇଁ ପ୍ରସ୍ତୁତିରେ ସାରା ଅଲ୍ଲୀ ଖାନ, କେଦାରନାଥ‘ଫିଲ୍ମର ରିଲିଜ ଡେଟ ଆସିଲା ସାମ୍ନାକୁ !

22

ଜାହ୍ନବୀ କପୂରଙ୍କ ଧମାକାଦାର ଡେବ୍ୟୁ ପରେ ଏବେ ସମସ୍ତେ ଅପେକ୍ଷା କରିଛନ୍ତି ସାରା ଅଲ୍ଲୀ ଖାନଙ୍କ ଡେବ୍ୟୁ ଫିଲ୍ମର । ସାରାଙ୍କ ଡେବ୍ୟୁକୁ ନେଇ ସୈଫ ଅଲ୍ଲୀ ଖାନ ଯେଉଁଠି କନଫିଡେଂଟ ଅଛନ୍ତି , ସେହିଭଳି ମା ଅମ୍ରିତା ମଧ୍ୟ ଚାହୁଁଥିଲେ ଯେ ଝିଅର ପ୍ରଥମ ଫିଲ୍ମ ଏଭଳି ହେଉ ଯାହା ସମସ୍ତଙ୍କ ମନରେ ଅନେକ ଦିନ ଧରି ତାଜା ହୋଇ ରହୁ ।

ଏହାପରେ ସାରା ଅଭିଷେକ କପୂରଙ୍କ ଫିଲ୍ମ ‘କେଦାରନାଥ’ରେ ସାଇନ କଲେ । ମଜାଦାର କଥା ହେଉଛି ଏହି ଫିଲ୍ମ ସୁଟିଂ କରୁ କରୁ ତାଙ୍କୁ ଆଉ ଏକ ଫିଲ୍ମରୁ ଅଫର ଆସିଗଲା । ରୋହିତ ସେଟ୍ଟୀଙ୍କ ଫିଲ୍ମ ‘ସିମ୍ବା’ରେ ମଧ୍ୟ ନଜର ଆସିବେ । ଏବେ ଏହି ଫିଲ୍ମର ସୁଟିଂ ହାଇଦ୍ରାବାଦରେ ହେଉଛି । ଏଥିରେ ସେ ରଣବୀର ସିଂଙ୍କ ବିପକ୍ଷରେ ନଜର ଆସିବେ ।

ଲମ୍ବା ସମୟ ଧରି ଏହି ଫିଲ୍ମ କାରଣରୁ କନଫ୍ୟୁଜନ ଥିଲା ଯେ ଅସଲରେ ସାରା କେଉଁ ଫିଲ୍ମରେ ଡେବ୍ୟୁ କରିବେ । ‘କେଦାରନାଥ‘ର ରିଲିଜକୁ ନେଇ ବିଳମ୍ବ ହେବା କାରଣରୁ ଏଭଳି ଭାବନା ଆସିଥିଲା । ତେବେ ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମ ୭ନଭେମ୍ବରରେ ରିଲିଜ ହେବା ପରିବର୍ତ୍ତେ ଘୁଂଚି ଯିବା ଶୁଣିବାକୁ ମିଳିଥିଲା ଆସନ୍ତା ବର୍ଷକୁ, କାରଣ ଚଳିତ ବର୍ଷ ଆସନ୍ତା ମାସରେ ଅନେକ ବଡ ବଡ ଫିଲ୍ମ ରିଲିଜ ହେବାର ଅଛି ।

ମାତ୍ର ଏ ସମସ୍ତ ଭିତରେ ଆପଣଙ୍କ ପାଇଁ ଏକ ଖୁସି ଖବର । ଅସଲରେ ସାରାଙ୍କ ଡେବ୍ୟୁ ଫିଲ୍ମ ପାଇଁ ଏବେ ଆପଣଙ୍କୁ ଲମ୍ବା ଅପେକ୍ଷା କରିବାକୁ ପଡିବ ନାହିଁ , ବରଂ ସୋସିଆଲ ମିଡିଆ ଜରିଆରେ ନିର୍ଦ୍ଦେଶକ ଫିଲ୍ମର ତାରିଖ ଘୋଷଣା କରିଛନ୍ତି । ଫିଲ୍ମ ଆସନ୍ତା ବର୍ଷ ପରିବର୍ତ୍ତେ ରିଲିଜ ହେବ ଡିସେମ୍ବର ମାସ ୭ ତାରିଖରେ । ଆଜି ଏହି ଫିଲ୍ମର ପୋଷ୍ଟର ରିଲିଜ ହୋଇଛି ଏବଂ ବିଶେଷ ସୁତ୍ରରୁ ପ୍ରକାଶ ଯେ ଏହି ଫିଲ୍ମର ଟିଜର ଆଜି ରିଲିଜ ହେବାର ଅଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More