Only for Entertainment

ଆଜି ରିଲିଜ ହେଲା ସାରାଙ୍କ ଡେବ୍ୟୁ ଫିଲ୍ମ କେଦାରନାଥ ।ଅଭିନୟରେ ମନ କିଣିଲେ ସାରା ।

aajtak
31

ଫିଲ୍ମ କେଦାରନାଥରେ ଅମରନାଥ ଯାତ୍ରାକୁ ନେଇ ଏକ କାହାଣୀ ପ୍ରସ୍ୁତ କରାଯାଇଛି । ଯେଉଁଥିରେ ନଜର ଆସିବ ଏକ ଭିନ୍ନ ପ୍ରେମ କାହାଣୀ । ଏହି କାରଣରୁ ଫିଲ୍ମ ବିବାଦରେ ମଧ୍ୟ ଛନ୍ଦି ହୋଇଯାଇଥିଲା,କିନ୍ତୁ କୌଣସି ପ୍ରକାରର ପ୍ରଭାବ ପଡ଼ିନାହିଁ ଏହି ଫିଲ୍ମ ଉପରେ ।

ଏହି ସିନେମାରେ ସୁଶାନ୍ତ ସିଂହ ରାଜପୁତ ଏବଂ ସାରା ଅଲ୍ଲୀ ଖାନ୍‌ ମୁଖ୍ୟ ଭୂମିକାରେ ଅଛନ୍ତି। ଏହାର କାହାଣୀ ଜଣେ ହିନ୍ଦୁ ଯୁବତୀ ଓ ମୁସଲମାନ ଯୁବକର ପ୍ରେମ କାହାଣୀ ଉପରେ ଆଧାରିତ। ତେବେ ‘କେଦାରନାଥ’ରିଲିଜ୍‌ ହେବା ଆଗରୁ ବିବାଦରେ ଫସି ଥିଲା ।

ପ୍ରଥମେ ଭାରତୀୟ ଜନତା ପାର୍ଟି ଓ ଏବେ ବିଶ୍ୱ ହିନ୍ଦୁ ପରିଷଧ ‘କେଦାରନାଥ୍‌’ ଫିଲ୍ମରେ ହିନ୍ଦୁ-ମୁସଲିମ୍‌ ନାୟକ-ନାୟିକାଙ୍କ କିସିଂ ସିନ୍‌କୁ ନେଇ ହଙ୍ଗାମା କରିଥିଲେ। ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତାମାନେ ଅଭିଯୋଗ କରିଥିଲେ ଯେ ‘କେଦାରନାଥ୍‌’ ଫିଲ୍ମରେ ହିନ୍ଦୁମାନଙ୍କର ଆସ୍ଥା ଓ ଧାର୍ମିକ ଭାବନା ଉପରେ କୁଠାରଘାତ କରାଯାଇଛି। ଏହି କାରଣରୁ ‘କେଦାରନାଥ୍‌’ର ଟାଇଟଲ ବଦଳାଯାଉ ବୋଲି ଦାବି ହୋଇଥିଲା , ସେ ଯାହା ହେଉନା କାହିଁକି ‘କେଦାରନାଥ୍‌’ ରିଲିଜ୍‌ ହେଲା ।

ବଲିଉଡ଼୍‍ର ଲାଟେଷ୍ଟ୍‍ ସେନସେସନ୍‌ ସାରା ଅଲ୍ଲୀ ଖାନ୍‌ ‘କେଦାରନାଥ୍‌’ଫିଲ୍ମରୁ ଡ଼େୁବ୍ୟ କରିଛନ୍ତି। ଏହି ଫିଲ୍ମରେ ତାଙ୍କୁ ସୁଶାନ୍ତ ସିଂହ ରାଜପୁତଙ୍କ ବିପକ୍ଷରେ ନିଆଯାଇଥିଲା। କିନ୍ତୁ ପ୍ରଯୋଜିକା ପେରଣା ଅରୋରା ଓ ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ମଧ୍ୟରେ ତୀବ୍ର ମତଭେଦ ହେଲା। ପ୍ରେରଣା ଅଭିଯୋଗ କରିଲେ ଯେ,ଅଭିଷେକ ଜାଣିଶୁଣି ଫିଲ୍ମର ବଜେଟ୍‌ ବଢ଼ାଇଛନ୍ତି।ଅନ୍ୟପକ୍ଷରେ ଅଭିଷେକ କପୁର କହିଲେ ଯେ‘କେଦାରନାଥ’୍‌ ଫିଲ୍ମର ୟୁନିଟ୍‌ ସଦସ୍ୟମାନଙ୍କୁ ପାରିଶ୍ରମିକ ମିଳି ନ ଥିବା ହେତୁ ଏହାର ସୁଟିଂ ବନ୍ଦ ରହିଥିଲା।

 

ସେ ଯାହା ହେଉ ନା କାହିଁକି ଫିଲ୍ମ ଦେଖିବା ପରେ ଆପଣଙ୍କ ମନକୁ ଗୋଟିଏ କଥା ନିହାତି ଆସିବ,ସେ ହେଉଛି ସାରାଙ୍କ ଅଭିନୟ । ଯଦିଓ କାହାଣୀ ସାମାନ୍ୟ ଦୁର୍ବଳ ଅଛି ତଥାପି ସାରାଙ୍କ ଅଭିନୟ ଦେଖି ଜଣାପଡ଼ୁନାହିଁଯେ ଏହା ତାଙ୍କର ଡେବ୍ୟୁ ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More