Only for Entertainment

ସାମ୍ନାକୁ ଆସିଲା ‘କେଦାରନାଥ‘ଫିଲ୍ମର ପ୍ରଥମ ଟିଜର, ଦେଖିବାକୁ ମିଳିଲା ସାରା ଏବଂ ସୁଶାନ୍ତଙ୍କ ଜବରଦସ୍ତ କେମେଷ୍ଟ୍ରି !

26

ଶେଷରେ ଅନେକ ସମୟ ପରେ ସୁଶାନ୍ତ ସିଂ ରାସପୁତ ଏବଂ ସାରା ଅଲ୍ଲୀଙ୍କ ପାଇଁ ଖୁସି ଖବର ଆସିଛି । କେଦାରନାଥ ୭ଡିସେମ୍ବରରେ ପରଦାରେ ରିଲିଜ ହେବାକୁ ଯାଉଛି । ଯାହାର ପୋଷ୍ଟର ରିଲିଜ ହୋଇଥିବା ଆମେ ଆପଣଙ୍କୁ କହିଥିଲୁ । ମାତ୍ର ଏବେ ଏହି ଫିଲ୍ମର ଟିଜର ରିଲିଜ ହୋଇଛି । ଏହି ଫିଲ୍ମ ଜରିଆରେ ସୈଫ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲ୍ଲୀ ଖାନ ଡେବ୍ୟୁ କରିବେ ।

ଏହି ଫିଲ୍ମ ୪ପ୍ରତିଷ୍ଠିତ ଧାମ ମଧ୍ୟରୁ କେଦାରନାଥ ଧାମକୁ ନେଇ ପ୍ରସ୍ତୁତ କରାଯାଇଛି । ୧ମିନିଟ ୪୦ସେକେଣ୍ଡର ଭିଡିଓରେ ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି । ଦେଖନ୍ତୁ –

ଏଠାରେ ଆମେ କହି ରଖୁଛୁ ଯେ ନିର୍ଦ୍ଦେଶକ ଅଭିଷେକ କପୂର ଫିଲ୍ମ କେଦାରନାଥ‘କୁ ରୋନି ସ୍କୃବାଲା ଏବଂ ପ୍ରଜ୍ଞା କପୂର ମିଶି ପ୍ରଡ୍ୟୁସ କରିଛନ୍ତି । ପ୍ରଥମେ ଏହି ଫିଲ୍ମକୁ ନେଇ ପ୍ରଡ୍ୟୁସରଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିବାରୁ ସୁଟିଂ ମଝିରେ ବନ୍ଦ ହୋଇଥିଲା । ଏହି କାରଣରୁ ସାରା ଏବଂ ସୁଶାନ୍ତ ଅନ୍ୟ ପ୍ର୍ରୋଜେକ୍ଟରେ କାମ କରିବାକୁ ଲାଗିଥିଲେ । ସାରା ଅଲ୍ଲୀ ଖାନ କରଣ ଜୋହର ଏବଂ ରୋହିତ ସେଟ୍ଟୀଙ୍କ ପ୍ରୋଜେକ୍ଟ ‘ସିମ୍ବା’ରେ ରଣବୀରଙ୍କ ବିପକ୍ଷରେ ସାଇନ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More